କଟକରେ ପାଳିତ ହେଲା 78 ତମ ସ୍ୱାଧୀନତା ଦିବସ
କଟକ: କଟକରେ ପାଳିତ ହେଲା 78 ତମ ସ୍ୱାଧୀନତା ଦିବସ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତକା ଉତ୍ତୋଳନ କରି କଟକ ବାସୀ ଙ୍କୁ କରିଥିଲେ ଉଦବୋଧନ। ଜାତୀୟତାବୋଧ ମନୋଭାବ କୁ ସମସ୍ତ ଙ୍କ ମଧ୍ୟରେ ବାଣ୍ଟିବା ଏହି ସ୍ୱାଧୀନତା ଦିବସ ର ମୂଳଲକ୍ଷ। ମୋଟ 44 ଟି ଟୃପ ସ୍ୱାଧୀନତା ଦିବସ ପରେଡ଼ରେ ଯୋଗଦେଇଥିଲେ । ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭାଷଣ ଆରମ୍ଭ ହେବା ପୂର୍ବରୁ , ।ସମସ୍ତ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ବକ୍ତବ୍ୟ ରେ ସ୍ୱାଧୀନତା ସଂଗ୍ରାମ ରେ କଟକ ଥିଲା କେନ୍ଦ୍ର ବିନ୍ଦୁ ,ପବିତ୍ର ତୀର୍ଥ ଭୁମି ହେଉଛି କଟକ। ସ୍ୱାଧୀନତା ହାସଲ ଦିଗରେ ଓଡିଶା ର କଟକ ର ସ୍ୱତନ୍ତ୍ର ପରିଚୟ ରହିଛି। ଏହାସହ ରାଜ୍ୟରେ ନୂଆ ସରକାର ଆସିବା ପରେ ଓଡିଶା ରେ ମିଶନ ଶକ୍ତି କୁ ଶକ୍ତିଶାଳୀ କରିଛୁ।ମହିଳା ଙ୍କୁ ସ୍ୱୟଂ ସଂପୂଣ୍ଣ କରିବା ଏହି ସରକାର ଙ୍କ ଲକ୍ଷ୍ୟ।ମିଶନ ଶକ୍ତି ବଜାର କୁ ବିକାଶ ପାଇଁ ଅର୍ଥ ମଞ୍ଜୁରୀ କରାଯାଇଛି।ସ୍ୱୟଂ ସହାୟିକା ଗୋଷ୍ଠୀ ମାନ ମାନଙ୍କ ପାଇଁ ଅନେକ ବ୍ୟବସ୍ତା କରାଯାଇଛି।ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଟଙ୍କା ର ବଜେଟ କରାଯାଇଛି। ଓଡିଶା ର ପ୍ରଯ୍ୟଟନ କ୍ଷେତ୍ର ର ବିକାଶ ପାଇଁ କେନ୍ଦ୍ର ବଜେଟ କରାଯାଇଛି।ସବକା ସାଥ ଓ ସବକା ବିକାଶ ର ମନ୍ତ୍ର ନେଇ ଆଗେଇ ଚାଲିଛନ୍ତି ସରକାର ।କଟକ ପର୍ଯ୍ୟଟନ ର ହେବ ଉନ୍ନତି ଓ ବିକାଶ। କଟକରେ ବାରବାଟୀ ଦୁର୍ଗକୁ ମିଳିବ ଐତିହାସିକ ମାନ୍ୟତା। ଚଳିତବର୍ଷ ବାଲିଯାତ୍ରା କୁ ଆନ୍ତଜାତିକ ଉତ୍ସବ ର ମାନ୍ୟତା ମିଳିବା ନେଇ ଉଦ୍ୟମ କରାଯିବ। ବୋଟ କ୍ଳବ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳ ର ହେବ ବିକାଶ । ଆଜି ସୁଭଦ୍ରା ଯୋଜନା ର ଆସିବ ଫିଡ଼ ବ୍ୟାକ। ସାଧାରଣ ମହିଳା ମାନଙ୍କ ପାଖରେ ବିନା ବାଟ ମାରଣା ରେ ପହଂଚୁ ଯୋଜନା । ଜନତା ଓ ବୁଦ୍ଧିଯିବି ଙ୍କ ମତ ଅନୁସାରେ SOP ଆସିବ। ଏହାଛଡ଼ା କର୍ମଜୀବୀ ମହିଳା ମାନଙ୍କ ର ମାସିକ ଧର୍ମ ପାଇଁ ଗୋଟିଏ ଦିନ ଛୁଟି ଦିଆଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ପରିଶେଷରେ ରେ ସମାଜ ରେ ଉଲେଖନୀୟ ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ ଉପମୁଖ୍ୟମନ୍ତ୍ରୀ। ଏହାସହ କୃତି ଟୃ୍ପ ମାନଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି