ଜିଲ୍ଲା ସଭାପତିଙ୍କ କୁଶ ପୁତ୍ତଳିକା ଦାହ ଘଟଣାର ପ୍ରତିକ୍ରିୟା ରଖିଲେ କଟକ ଜିଲ୍ଲା ଡ୍ରାଇଭର ମହାସଂଘ

ଜିଲ୍ଲା ସଭାପତିଙ୍କ କୁଶ ପୁତ୍ତଳିକା ଦାହ ଘଟଣାର ପ୍ରତିକ୍ରିୟା ରଖିଲେ କଟକ ଜିଲ୍ଲା ଡ୍ରାଇଭର ମହାସଂଘ

ଗତ ୨୦ ତାରିଖରେ କଟକ ଜିଲ୍ଲା ବଡ଼ମ୍ବାରେ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ଓ କଟକ ଜିଲ୍ଲା ସଭାପତିଙ୍କ କୁଶ ପୁତ୍ତଳିକା ଦାହ ଘଟଣାର ପ୍ରତିକ୍ରିୟା ରଖିଛି କଟକ ଜିଲ୍ଲା ଡ୍ରାଇଭର ମହାସଂଘ। ଏକ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା କମିଟି ଏହାର ବିରୋଧ କରିବା ସହିତ ଏଭଳି ଘଟଣାକୁ ନିନ୍ଦା କରିଛି। ଏହି ଘଟଣାରେ ରାଜ୍ୟ ସଂଘ କୁ ବଦନାମ କରିବା ପାଇଁ କିଛି ବିରୋଧୀ ଗୋଷ୍ଠୀ ଚକ୍ରାନ୍ତ କରି ଏଭଳି ଏଭଳି କାଣ୍ଡ ଘଟାଇଛନ୍ତି। ବଡ଼ମ୍ବା ବ୍ଲକ୍ ର ତିନୋଟି ପଞ୍ଚାୟତର ଡ୍ରାଇଭର ମାନଙ୍କର ସମସ୍ୟାର ସମାଧାନ ପାଇଁ ରାଜ୍ୟସଂଘ ସହ ଜିଲ୍ଲାସଂଘ ବହୁବାର ଚେଷ୍ଟା କରି ଆସିଅଛି, ତେବେ ଏହାକୁ ଅପେକ୍ଷା ନକରି ରାଜ୍ୟ ଓ ଜିଲ୍ଲା ସଭାପତିଙ୍କ କୁଶ ପୁତ୍ତଳିକା ଦାହ କରିବା ଗ୍ରହଣୀୟ ନୁହେଁ। ଯେଉଁ ଭାଇ ଏଭଳି ଘଟଣା ଘଟାଇଛନ୍ତି ସେମାନଙ୍କୁ ମହାସଂଘ କଳା ତାଲିକା ଭୁକ୍ତ କରିବ। ଏହା ବିରୋଧରେ ମହାସଂଘ ଆଗାମୀ ଦିନରେ ଆଇନ୍ ର ଆଶ୍ରୟ ନେବ। ଡ୍ରାଇଭର ମହାସଂଘ ଏଭଳି ବିଶୃଙ୍ଖଳା କୁ ପ୍ରଶୟ ଦେବନାହିଁ। ରାଜ୍ୟରେ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ ଡ୍ରାଇଭର ଭାଇ ମହାସଂଘ ସହ ଜଡ଼ିତ ହୋଇ ରହିଛନ୍ତି। ସମସ୍ତ ସଦସ୍ୟଙ୍କ ସୁଖ ଦୁଃଖରେ ମହାସଂଘ ସଦାସର୍ବଦା ରହିଆସିଛି। ଯେତେବେଳେ କିଛି ଡ୍ରାଇଭରଙ୍କ  ସମସ୍ୟା ଆସେ ମହାସଂଘ ତାହାକୁ ସମସ୍ତଙ୍କର ସହଯୋଗରେ ସମସ୍ୟାର ସମାଧାନ କରିଥାଏ, କିନ୍ତୁ ଏହି ଘଟଣାକୁ ସମ୍ପୂର୍ଣ ଅଣ ସଂଗଠିତ ଡ୍ରାଇଭର ମାନେ ଘଟାଇଛନ୍ତି। କଟକ ଜିଲ୍ଲାର ପାଖାପାଖି ୨୫ ହାଜର ସଦସ୍ୟ ଏକାଠି ହୋଇ ରହିଛନ୍ତି। କେବେବି କୌଣସି ସମସ୍ୟା ଆସିଲେ ଡ୍ରାଇଭର ମହାସଂଘ ଏହାର ସମାଧାନ ପାଇଁ ସଦାସର୍ବଦା ଚେଷ୍ଟା କରିଥାଏ। କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଏଭଳି କାର୍ଯ୍ୟ କୁ ମହାସଂଘ ନିନ୍ଦା କରିବା ସହିତ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ସାମ୍ବାଦିକ କଟକ ଜିଲ୍ଲା ଡ୍ରାଇଭର ମହାସଂଘ ପ୍ରକାଶ କରିଛି ।