ନାବାଳିକା ଚୋରା ଚାଲାଣ ରେକେଟ ରେ ଦୁଇ ଉଦ୍ଧାର ୬ ଗିରଫ

ନାବାଳିକା ଚୋରା ଚାଲାଣ ରେକେଟ ରେ ଦୁଇ ଉଦ୍ଧାର ୬ ଗିରଫ

ରାଜଗାଙ୍ଗପୁର - ଓଡିଶା ରୁ ଝିଅ ମାନଙ୍କୁ ଚାକିରୀ ପ୍ରଲୋଭନ ଦେଖାଇ ରାଜସ୍ତାନ କୁ ନେଇ ସେଠାରେ ନିର୍ଯ୍ୟାତନା ଦେଇ ଲକ୍ଷଲକ୍ଷ ଟଙ୍କା ରେ ବିକ୍ରି କରୁ ଥିବା ଘଟଣା ର ପରଦା ଫାର୍ସ କରିଛନ୍ତି କୁତ୍ରା ପୋଲିସ l ଗତ ମେ ମାସରେ କୁତ୍ରା ଅଞ୍ଚଳ ର ଗୋଟିଏ ନାବାଳିକା ଝିଅ ନିଖୋଜ ଥିବା କୁତ୍ରା ଥାନାରେ ଅଭିଯୋଗ ଆସିବା ପରେ କୁତ୍ରା ଥାନା ପକ୍ଷରୁ ତାର ସନ୍ଧାନ ରେ ଚେଷ୍ଟା କରୁଥିବା ବେଳେ ଉକ୍ତ ଝିଅ ଟି ମୋତେ ଉଦ୍ଧାର କରିବା ପାଇଁ ମୋବାଇଲ ରେ ତାର ବାପା ମା ଙ୍କୁ ନିବେଦନ କରିବା ପରେ ଉକ୍ତ ମୋବାଲ  ନମ୍ବର କୁ ଆଧାର କରି ରାଜଗାଙ୍ଗପୁର ଏସ ଡି ପି ଓ ଅଭିଷେକ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଦୁଇଟି ଟିମ ଗଠନ କରି ରାଜସ୍ତାନ ରାଜ୍ୟ ର ବାରା ଜିଲ୍ଲା ରେ  ଅନୁସନ୍ଧନ ରେ ପହଞ୍ଚି ଥିଲେ l ସେଠାରେ ଉକ୍ତ ଝିଅକୁ ବିବାହ କରାଇ ଗୋଟିଏ ଘରେ ବନ୍ଦ କରି ରଖିଥିବା ଅବସ୍ଥା ରେ ଉଦ୍ଧାର କରି ଥିଲେ l ଉକ୍ତ ନାବାଳିକା ଝିଅ କୁ ବିବାହ କରେଇବା ପାଇଁ ବାଧ୍ୟ୍ୟ କରି  ସେଠାର ଦଲାଲ ଙ୍କ ଘରେ ରଖି  ସେ ବିବାହ ପାଇଁ ରାଜି ନହେବା ପଯ୍ୟନ୍ତ ହାତ ଗୋଡ଼ ବାନ୍ଧି ମାଡ଼ ମାରି ନିର୍ଯ୍ୟାତନା ଦେଇ ଆସୁଥିଲେ l ବାଧ୍ୟ ହୋଇ ରାଜି ହେବା ପରେ ଉକ୍ତ ନାବାଳିକା କୁ ୨ ଲକ୍ଷ ୪୦ ହଜାର ରେ ବିକ୍ରି କରି ଦେଇ  ଝିଅ କୁ ନିଜର ବନ୍ଧୁ ବାନ୍ଧବ କହି ବିବାହ କରି ସନ୍ତାନ ନ ହେବା ପର୍ଯ୍ୟନ୍ତ ଗୋଟିଏ ଘରରେ ବନ୍ଦ କରି ରଖିବା ପାଇଁ କହି ଆସି ଯାଇଥଲେ l ଏହାକୁ ଉଦ୍ଧାର ପରେ ସେଠାରେ ଅନ୍ୟ ଓଡିଶା ରାଜ୍ୟ ର ରାୟଗଡା ଜିଲ୍ଲାର  ନାବାଳିକା ଝିଅ ସେ ବିଶାଖା ପାଟଣା ଚିଙ୍ଗୁଡ଼ି କାରଖାନା ରେ  କାମ କରିବା ପାଇଁ ଯାଉଥିବା ବେଳେ ଭୁଲରେ ଟ୍ରେନ ରେ ବସି ରାଜଗାଙ୍ଗପୁର ରେଳ ଷ୍ଟେସନ କୁ ଆସି ଯାଇଥିଲା ସେଠାରେ ଝିଅ ଚାଲାଣ କାରୀଙ୍କ କବଳ ରେ ପଡି ଯାଇଥିଲା ତାକୁ ସହାନୁଭୂତି ଦେଖାଇ ଭଉଣୀ ବନେଇ ତାକୁ ତାର ଆଧାର କାର୍ଡ ର ବୟସ କୁ ବଦଳାଇ ଦିଲ୍ଲୀ ରେ ମୋର ଭଲ ଚିହ୍ନ ପରିଚୟ ଲୋକ ଅଛନ୍ତି ମୁଁ ସେଠାରେ ଘର କାମ କରି ତାଙ୍କ ଘରେ ରହିବୁ ଖାଇବା ପିଇବା ଦେଇ  ୧୫ ହଜାର ଟଙ୍କା ମାସ କୁ ମିଳିବ କହି ଲୋଭ ଦେଖାଇ ରାଜି କରି ଦିଲ୍ଲୀ କହି ରାଜସ୍ଥାନ କୁ ନେଇ ସେଠାରେ ବାହା କରିବା 
ପାଇଁ ବ୍ୟବସ୍ଥା କରିବା ବେଳେ ଉକ୍ତ ନାବାଳିକା ଝିଅ  ଏମାନଙ୍କର ଚାଲ ବୁଝି ପରି ବିବାହ କରିବା ପାଇଁ ରାଜି ନହେବା ପରେ ତାକୁ ମଧ୍ୟ ଗୋଡ଼ ହାତ ବାନ୍ଧି ବହୁତ ମାରପିଟ କରିବା  ସହ ବହୁତ ନିର୍ଯ୍ୟାତନା ଦେଇ ବିବାହ କରି ଦେଇ ଥିଲେ l ଏସ ଡିପିଓ ଅଭିଷେକ ପାଣିଗ୍ରାହୀ ଜାଣିବା ପରେ ଉକ୍ତ ନାବାଳିକା କୁ ଉଦ୍ଧାର କରି ଆଣିଥିଲେ l ଏପରି ବହୁତ ଝିଅ ଙ୍କୁ ସେଠାରେ ବିକ୍ରି କରିଥିବା ଜଣା ପଡ଼ିଥିଲା ସେମାନଙ୍କୁ  ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କ ର ସନ୍ତାନ ହୋଇ ଯାଇଥିବା ଯୋଂଗୁ ସେମାନେ ଆସିବା ପାଇଁ ରାଜି ହୋଇ ପରି ନଥିଲେ l ଏହି ମାମଲା ରେ ରାଜସ୍ତାନ ବାରା ଜିଲ୍ଲା ର ସଚିନ ରାୟ ଗୌତମ ଏବଂ ରମେଶ ଚନ୍ଦ୍ର ଖୁଶୱହା, ରାଜଗାଙ୍ଗପୁର ର  ସୋନୁ ଶର୍ମା, ଏସ କେ ଆଶ୍ରଫ ଅଲ୍ଲୀ, ରାଉରକେଲା ର ମନୁ ଶର୍ମା ଏବଂ ପିଙ୍କି ଦେବୀ ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି।