ପଶୁ ପ୍ରେମରେ ବାୟା ହୋଇଛନ୍ତି ବସନ୍ତ

ପଶୁ ପ୍ରେମରେ ବାୟା ହୋଇଛନ୍ତି ବସନ୍ତ

ପଶୁ ପ୍ରେମରେ ବାୟା ହୋଇଛନ୍ତି ବସନ୍ତ l ଆଜ୍ଞା ହଁ ଆମେ ଆପଣଙ୍କୁ ଏମିତି ଏକ ଲୋକଙ୍କ ଦେଖାଉଛୁ ଯିଏ ଦୈନିକ ନିଜ କଷ୍ଟଅର୍ଜିତ ଧନରୁ ନିଜ ପେଟରୁ କାଟି ପଶୁ ପକ୍ଷୀଙ୍କ ପେଟକୁ ଦାନା ଯୋଗାଉଛି l ପୁରୀ ପି କେ ଆର ଆଇ ଟି କଲୋନୀର ବସନ୍ତ କୁମାର ଦାସ l ବସନ୍ତ ଜଣେ ପୂଜକ ଅଟନ୍ତି l ପ୍ରତ୍ୟେକ ଦିନ ସକାଳେ ବସନ୍ତ ବାହାରି ପଡନ୍ତି ନିଜ କର୍ମରେ l ପୁରୀ ଗଳି କନ୍ଦି ରେ ଥିବା ଛୋଟ ବଡ଼ ଦୋକାନରେ  ସେ ଦୈନିକ ଠାକୁର ପୂଜା କରନ୍ତି l ସବୁଠୁ ବଡ଼ କଥା ହେଲା ପୂଜା କର୍ମରୁ ଯାହା ଦୁଇ ପଇସା ମିଳେ, ସେଥିରୁ ଅଧିକାଂଶ    ପଶୁ ମାନଙ୍କ ପାଇଁ ଖାଦ୍ୟ କିଣି ଦିଅନ୍ତି l ନିଜେ ଗୋଟେ ବେଳେ ଖାଇଲେ ଆଉ ଗୋଟେ ଭୋକରେ ରୁହନ୍ତି l ହେଲେ ମାଙ୍କଡ଼ ଏବଂ ଗାଈ ମାନଙ୍କୁ ନିଜ ପରିଶ୍ରମ କରିଥିବା ଟଙ୍କାରେ ଫଳ ଆଦି ଖାଇବକୁ ଦିଅଁନ୍ତି l ପୁରୀ ରେଲୱେ କଲୋନୀ ରାସ୍ତାରେ ଯିବା ବେଳେ ଆମ ନଜର ବସନ୍ତଙ୍କ ଉପରେ ପଡିଥିଲା l ଟାଇଁ ଟାଇଁ ଖରାରେ ଏକ ମାଙ୍କଡ଼ ଓ  ଗୋରୁ ମାନଙ୍କୁ ଖାଦ୍ୟ ଖାଇବାକୁ ଦେଉଥିବା ର ଆମ ନଜର ପଡିଥିଲା l ସବୁଠୁ ଆଶ୍ଚର୍ଯ୍ୟ କଥା ଯାହାକି ଏକ ମାଙ୍କଡ଼ ବସନ୍ତ କୁ ଦେଖିଲେ ବରଗଛରେ ଯେଉଁଠି ଥିଲେ ବି ଧାଇଁ ଆସେ l ମାଙ୍କଡ଼ ର ବସନ୍ତ ଙ୍କ ପ୍ରତି ଏଭଳି ଭଲ ପାଇବା ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ l ଆଜିର ଏହି ଦୁନିଆରେ ପଶୁ ପକ୍ଷୀ ମାନଙ୍କ ପ୍ରତି ଭଲ ପାଇବା  ବସନ୍ତଙ୍କ ପରି କ୍ଵଚିତ ଲୋକ ଦେଖିବାକୁ ମିଳୁଥିବା ବେଳେ ଏବେ ବସନ୍ତଙ୍କ ପଶୁପ୍ରେମକୁ ଦେଖି ସାଧାରଣରେ ପ୍ରଶଂସା କରାଯାଇଛି |