ହାତୀ ହତ୍ୟାକାରୀଙ୍କୁ ମିଳିବ କଠୋର ଦଣ୍ଡ: ଜାଭଡେ଼କର
ହାତୀ ହତ୍ୟାକାରୀଙ୍କୁ ମିଳିବ କଠୋର ଦଣ୍ଡ: ଜାଭଡେ଼କର
admin
Jun 4, 2020 - 08:38
Updated: Jun 4, 2020 - 08:38
କେରଳ ମାଲାପୁରମରେ ବାଣ ଫୁଟାଇ ହାତ୍ୟା ହତ୍ୟା ଘଟଣାରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜଙ୍ଗଲମନ୍ତ୍ରୀ ପ୍ରକାଶ ଜାଭଡେ଼କର । ଏହା ଅତି ଅମାନବୀୟ, ଭାରତୀୟ ସଂସ୍କୃତିର ପରିପନ୍ଥୀ । ଏହାକୁ କୌଣସି ପ୍ରକାରେ ଗ୍ରହଣ କରାଯିବନାହିଁ । ହତ୍ୟାକାରୀଙ୍କୁ ନିଶ୍ଚିତ ଧରାଯିବ । ଆଉ କଡ଼ା ଦଣ୍ଡବିଧାନ କରାଯିବ ବୋଲି ପ୍ରକାଶ ଜାଭଡେ଼କର କହିଛନ୍ତି ।
ପ୍ରକାଶ ଯେ, ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଗତ ମେ ୨୭ ତାରିଖରେ ଘଟିଥିବା ଏହି ହାତୀ ମୃତୁ୍ୟ ଘଟଣା ବୁଧବାର ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ସପୁରୀରେ ବାଣ ଦେଇ ମାଈ ହାତୀକୁ ହତ୍ୟା କରାଯାଇଥିଲା । ହାତୀଟି ସପୁରୀ ଖାଇବା ପରେ ବାଣ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଗୁରୁତର ହାତୀଟି ଯନ୍ତ୍ରଣାରେ ନଦୀକୁ ପଶିଯାଇଥିଲା । ବିକଳରେ ନଦୀରେ ପଶିଥିବା ହାତୀଟିର ସେହି ପାଣିରେ ହିଁ ମୃତୁ୍ୟ ହୋଇଥିଲା । ବ୍ୟବଚ୍ଛେଦ ବେଳେ ହାତୀ ପେଟରୁ ଏକ ଭୃଣ ମଧ୍ୟ ମିଳିଥିଲା ।