ଚୌଦ୍ୱାର ଡମଡ଼ମଣି ଡ୍ୟାମ ରେ ବୁଡି ୨ ଛାତ୍ର ଙ୍କ ମୃତ ।

ଚୌଦ୍ୱାର ଡମଡ଼ମଣି ଡ୍ୟାମ ରେ ବୁଡି ୨ ଛାତ୍ର ଙ୍କ ମୃତ ।

ଚୌଦ୍ୱାର ଡମଡ଼ମଣି ଡ୍ୟାମ ରେ ବୁଡି ୨ ଛାତ୍ର ଙ୍କ ମୃତ। ଦୁଇ ଛାତ୍ର କଟକ ଷ୍ଟୁଆର୍ଟ କଲେଜ ପ୍ଲୁସ 2 ବିଜ୍ଞାନ ଦ୍ୱିତୀୟ ବର୍ଷର। ୫ ଜଣ ଛାତ୍ର ଡମଡ଼ମଣି ବୁଲିବାକୁ ଯାଉଥିଲେ। ଘରେ କଲେଜ ଯିବାକୁ କହି ଯାଇଥିଲେ ଡମଡ଼ମଣି ବୁଲା ବୁଲି କରିବା ପାଇଁ। ବୁଲାବୁଲି ପରେ ଡ୍ୟାମ ରେ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ଏହି ଅଘଟଣ ଘଟିଥିଲା।ତିନି ଜଣ ବୁଡି ଯାଉଥିବା ବେଳେ ଜଣକୁ ଉଦ୍ଧାର କରାଯାଇପାରିଥିଲା। ଦୁଇ ଜଣ ବୁଡି ଯାଇଥିଲେ ଡ୍ୟାମରେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ଛାତ୍ର ଙ୍କୁ ଉଦ୍ଧାର କରି କଟକ ଏସିବି କୁ ପଠାଇଥିଲା। ଏସିବି ରେ ଦୁଇ ଜଣ ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଦୁଇ ଛାତ୍ର ଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତ ଶରୀର  ହସ୍ତାନ୍ତର କରାଯିବ।