ମୋହନଙ୍କ ପ୍ରଥମ ବଜେଟ୍

ମୋହନଙ୍କ ପ୍ରଥମ ବଜେଟ୍

ଚତୁର୍ଥ ଦିନରେ ଗୃହ ସ୍ବଭାବିକ । ସୁରୁଖୁରୁରେ ଚାଲିଲା ଗୃହ । ଖାଲି ସେତି ନୁହେଁ ବିଭିନ୍ନ ବିଭାଗକୁ ନେଇ ବିଧାୟକମାନେ ପ୍ରଶ୍ନ ପଚାରିଥିବା ବେଳେ ମନ୍ତ୍ରୀ ଏହାର ଉତ୍ତର ମଧ୍ୟ ରଖିଛନ୍ତି। ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି  ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଂଜୁରୀ ଅଣାଯାଇଥିଲା। ଏବେ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । ଏହା ମୋହନ ସରକାରର ପ୍ରଥମ ବଜେଟ । ମୁଖ୍ଯମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିଛନ୍ତି । ପାଖାପାଖି ତିନି ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଆଣିଛନ୍ତି ସରକାର।