ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପୁଣି ଭୂମିକମ୍ପ
ନୂଆଦିଲ୍ଲୀ: ଆଜି ଭୋର୍ ୫.୪୦ରେ ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜର ନିକୋବର୍ ଦ୍ବୀପରେ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି। ଭୂଗର୍ଭର ୧୦ କି.ମି. ଅଭ୍ୟନ୍ତରେ ସୃଷ୍ଟ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର୍ ସ୍କେଲ୍ରେ ଥିଲା ୫.୦।
ଅଗଷ୍ଟ ୨ ତାରିଖ ଭୋର୍ ୫:୪୦:୧୧ରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଅକ୍ଷାଂଶ ୯.୩୨ ଓ ଦ୍ରାଘିମା ୯୪.୦୩ ଅନ୍ତର୍ଗତ ନିକୋବର ଦ୍ବୀପ ଥିଲା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ। ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଛି। ଏହା ପୂର୍ବରୁ ଜୁଲାଇ ୨୮ ତାରିଖ ରାତି ୧୨:୫୩ରେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ୫.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ଥିଲା ଆଣ୍ଡାମାନ ଦ୍ୱୀପ ଅନ୍ତର୍ଗତ ଭୂଗର୍ଭର ୬୯ କିଲୋମିଟର ଅଭ୍ୟନ୍ତରରେ।