ବିଦ୍ୟୁତ ଆଘାତରେ ମହିଳା ମୃତ

ବିଦ୍ୟୁତ ଆଘାତରେ ମହିଳା ମୃତ

ବିନିକା: ସୋନପୁର ଜିଲ୍ଲା ବିନିକା ଥାନା ରହିଲା ଗାଁରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ବସନ ନାଇକ ବୋଲି ଜଣାପଡିଛି ।  

ଗୁରୁବାର  ସକାଳୁ ସକାଳୁ ରହିଲା ଗାଁରେ ଘଟିଛି ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ମୃତ ମହିଳାଙ୍କ ନାମ ବସନ ନାଇକ ବୋଲି ଜଣାପଡିଛି । ତାଙ୍କ ବୟସ ୬୫ ବୋଲି ଜଣାପଡିଛି । ତେବେ ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟ ହୋଇଛି ।