ଆଜିଠୁ କୋରାପୁଟରେ ଗଡ଼ିବ ଲକ୍ଷ୍ମୀ ବସ୍

ଆଜିଠୁ କୋରାପୁଟରେ ଗଡ଼ିବ ଲକ୍ଷ୍ମୀ ବସ୍

କୋରାପୁଟ : ଆଜିଠୁ କୋରାପୁଟ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଜିଲ୍ଲାରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲ୍ଲାର ୧୦ଟି ବ୍ଲକର ପ୍ରାୟ ୫୦ଟି ରୁଟରେ ଚଳାଚଳ କରିବ ୪୫ଟି ଲକ୍ଷ୍ମୀ ବସ । ବର୍ତ୍ତମାନ ସୁଦ୍ଧା ମାଲକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇସାରିଛି ।