ଶିଳ୍ପ ଓ ଵାଣିଜ୍ୟ ସମ୍ମିଳନୀ 'ଆୟୋଜିତ

ଶିଳ୍ପ ଓ ଵାଣିଜ୍ୟ ସମ୍ମିଳନୀ 'ଆୟୋଜିତ

କଟକ ଝାଞିରିମଙ୍ଗଳାରେ ଥିବା ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ତରଫରୁ 'ରାଜଯୋଗ ଶକ୍ତି ଦ୍ବାରା କିଭଳି ଵ୍ୟଵସାୟରେ ଆସୁଥିବା ଆହ୍ବାନକୁ ଅତିକ୍ରମ କରିହେବ ସେ ସମ୍ପର୍କରେ ଏକ  'ଶିଳ୍ପ ଓ ଵାଣିଜ୍ୟ ସମ୍ମିଳନୀ 'ଆୟୋଜିତ ହୋଇଯାଇଛି।ଝାଞିରିମଙ୍ଗଳା ଆଶ୍ରମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଦୀପ ପ୍ରଜ୍ବଳନ କରି  ଶୁଭାରମ୍ଭ କରିଥିଲେ। ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ବାରା ଶିକ୍ଷା ଦିଆଯାଉଥିଵା ରାଜଯୋଗ ମାଧ୍ୟମରେ ଆମେ ଅଶାନ୍ତ ଆତ୍ମା ବା ଅଶାନ୍ତ ମନକୁ ବାସ୍ତବରେ ଶାନ୍ତ କରିଵା ସମ୍ଭଵ। ଦୁନିଆରେ ଯେତେ ପ୍ରକାର ଯୋଗ ରହିଛି, ସେଥିମଧ୍ୟରୁ ରାଜଯୋଗ ସଵୁଠୁ ଶ୍ରେଷ୍ଠ ଯୋଗ ଵୋଲି ଏହି ଅବସରରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ। ଏଭଳି ରାଜଯୋଗ ଆମର ଉଦ୍ୟୋଗି ମାନଙ୍କୁ ସକାରାତ୍ମକ ଭାବେ ନିଜର ବ୍ୟବସାୟରେ ଉନ୍ନତି ଆଣିବାରେ ସହାୟକ ସୋଇପାରିବ ବୋଲି ଶିଳ୍ପ ମନ୍ତ୍ରୀ ମତ ଦେଇଛନ୍ତି।ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର କୋହ୍ଲାପୁର କେନ୍ଦ୍ରର ଵ୍ରହ୍ମାକୁମାରୀ ଡକ୍ଟର ରଶ୍ମୀ ଭଉଣୀ ଓ ପୁଣେ ସେବାକେନ୍ଦ୍ରର  ଵ୍ରହ୍ମାକୁମାରୀ ଭାଗ୍ୟଶ୍ରୀ ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ବାରା ଶିକ୍ଷା ଦିଆଯାଉଥିଵା ରାଜଯୋଗ ଜୀବନର ସବୁ ସମସ୍ୟାର ସମାଧାନ ଵୋଲି କହିଛନ୍ତି। ଵ୍ରହ୍ମାକୁମାରୀ ସଂସ୍ଥାର କଟକ ସଵଜୋନ ଅତିରିକ୍ତ ନିର୍ଦ୍ଦେଶିକା ଵ୍ରହ୍ମାକୁମାରୀ ସୁଲୋଚନା ଭଉଣୀ ଓ ନିର୍ଦ୍ଦେଶିକା ରାଜଯୋଗିନୀ ଵ୍ରହ୍ମାକୁମାରୀ ଡକ୍ଟର କମଳେଶ ଦିଦି ଏହି ଅବସରରେ ଉଦ୍ୟୋଗୀ ମାନଙ୍କୁ ରାଜଯୋଗ ମେଡିଟେସନର ମହତ୍ତ୍ଵ ସମ୍ପର୍କରେ ବୁଝାଇଥିଲେ।