ଓଡ଼ିଆ ଯୁବକଙ୍କ ସୋଲାର ସାନିଟାଇଜିଂ ମେସିନ

ଓଡ଼ିଆ ଯୁବକଙ୍କ ସୋଲାର ସାନିଟାଇଜିଂ ମେସିନ

ଓଡ଼ିଆ ଯୁବକଙ୍କ ସୋଲାର ସାନିଟାଇଜିଂ ମେସିନ
କରୋନାରୁ ମୁକ୍ତି ପାଇଁ ସାମାଜିକ ଦୂରତ୍ୱ ଓ ସାନିଟାଇଜିଂ ଏକମାତ୍ରା ପନ୍ଥା । ଏଥିପାଇଁ ଢ଼େଙ୍କାନାଳ ଜିଲ୍ଲା ନୂଆଗାଁର ସନ୍ତୋଷ କୁମାର ସ୍ୱାଇଁ ଉଦ୍ଭାବନ କରିଛନ୍ତି ଡ୍ରାଏ ସାନିଟାଇଜର ସ୍କାନର ଓ ପୋର୍ଟେବୁଲ ସୋଲା ସାନିଟାଇଜିଂ ମେସିନ । ଯାହା ଚର୍ଚ୍ଚାର ବିଷୟ ହୋଇଚି । ଏହି ମେସିନ ଦ୍ୱାରା ଖୁବ କମ ସମୟରେ ଜଣେ ବ୍ୟକ୍ତି ପୁରା ଦେହ ଓ ପୋଷାକକୁ ସାନିଟାଇଜି କରିପାରିବ । ଡ୍ରାଏ ସାନିଟାଇଜର ସ୍କାନରରେ ଗୋଟିଏ ୟୁଭି ( ଅଲଟ୍ରା ଭାଓଲେଟ) ଲାଇଟ ରହିଛି । ଏହି ଲାଇଟ ପୋଷାକରେ ଲାଗିଥିବା ସମସ୍ତ ଭୂତାଣୁ ମାରିବାରେ ସହାୟକ ହୋଇପାରିବ । ହସ୍ପିଟାଲରେ ଡାକ୍ତରମାନେ ବିଭିନ୍ନ ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେଥିପାଇଁ ସେମାନଙ୍କୁ ବାରମ୍ବାର ପୋଷାକ ପରିବର୍ତ୍ତନ କରିବାକୁ ପଡ଼ୁଛି । ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେଥିପାଇଁ ଏହି ସ୍କ୍ରାନିଂ ମେସିନ ଉଦ୍ଭାବନ କରିଛନ୍ତି ଶ୍ରୀ ସ୍ୱାଇଁ । ହସ୍ପିଟାଲକୁ ଆସୁଥିବା ରୋଗୀ ଓ ତାଙ୍କ ସର୍ମ୍ପକୀୟ ଏହି ମେସିନ ମାଧ୍ୟମରେ ହସ୍ପିଟାଲ ଭିତରକୁ ଯିବା ପୂର୍ବରୁ ଓ ଫେରିବା ସମୟରେ ପୋଷାକକୁ ସ୍କ୍ରାନିଂ କରିପାରିବ । ଫଳରେ ସଂକ୍ରମଣ ଭୟ ରହିବ ନାହିଁ । ଏହି ସ୍କାନିଂ ଲାଇଟ ସାଧାରଣ ଲୋକଙ୍କ ବ୍ୟବହାର ଉପଯୋଗୀ ନୁହେଁ । ଏହା କେବଳ ହସ୍ପିଟାଲରେ ହିଁ ବ୍ୟବହାର କରିବା ଉପଯୋଗୀ । ଡ୍ରାଏ ସାନିଟାଇଜର ସ୍କାନର ପାଇଁ ବେଶି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନାହିଁ । ଆକ୍ୱାଗାର୍ଡରେ ବ୍ୟବହାର କରାଯାଉଥିବା ଲାଇଟ ସେ ବ୍ୟବହାର କରିଛନ୍ତି । ବଜାରରେ ୟୁଭି ଲାଇଟ ମିଳିବା କଷ୍ଟକର ହୋଇଥିବାରୁ ସେ ଆକ୍ୱାଗାର୍ଡ ଲାଇଟ ବ୍ୟବହାର କରିଛନ୍ତି । ପୋର୍ଟେବୁଲ ସୋଲାର ସାନିଟାଇଜିଂ ମେସିନରେ ଥିବା ଏକ ସ୍ୱତନ୍ତ୍ର ଚ୍ୟାମ୍ପରରେ ଔଷଧଯୁକ୍ତ ପାଣି ସ୍ପ୍ରେ ହେବା ବ୍ୟବସ୍ଥା ଅଛି । ଏହା ଭିତରେ ପାଣିରେ ୨୦ ସେକେଣ୍ଡରେ ସମ୍ପୂର୍ଣ୍ଣ ଶରୀର ସାନିଟାଇଜିଂ ହୋଇଛି । ଏହି ମେସିନ ପାଇଁ ବିଦ୍ୟୁତର ଜମା ବ୍ୟବହାର କରିବାକୁ ପଡ଼ିନାହିଁ । ଏହି ମେସିନ ସୌରଚାଳିତ । ପାଣି ଯେପରି ଅନ୍ୟ କାହା ଦେହରେ ନ ପଡିବ ସେଥିପାଇଁ ଦୁଇ ପାଶ୍ୱର୍ରେ ଅପ୍ଟିକ ଫାଇବର ଦିଆଯାଇଛି । କରୋନା ଭୂତାଣୁ ସଂକ୍ରମଣ ସମୟରେ ବାହାରେ କାମ କରୁଥିବା ଲୋକଙ୍କ ଲାଗି ଏହି ମେସିନ ଅତ୍ୟନ୍ତ ଉପାଦେୟ । ଫଳରେ ଲୋକଙ୍କୁ ବାରମ୍ବାର ଗାଧୋଇବାକୁ ପଡିବ ନାହିଁ କି ସେମାନଙ୍କ ଲୁଗାପଟା ଧୋଇବାକୁ ପଡ଼ିବ ନାହିଁ । ଏହା ଦ୍ୱାରା ୩ ରୁ ୪ ଘଣ୍ଟା ସୁରକ୍ଷିତ ରହିପାରିବେ ବୋଲି ସନ୍ତୋଷ କହିଛନ୍ତି । ଏହି ମେସିନ ତିଆରି ପାଇଁ ମାତ୍ର ୧୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ରାଜ୍ୟର ବିଭିନ୍ନ ଜାଗାରେ ଏହି ମେସିନ ଲଗାଇବାକୁ ସେ ଯୋଜନା କରିଛନ୍ତି ।