ସେପ୍ଟେମ୍ବରରେ ମୋଦି ମନ୍ତ୍ରିମଣ୍ଡଳର ଅଦଳବଦଳ !
ସେପ୍ଟେମ୍ବରରେ ମୋଦି ମନ୍ତ୍ରିମଣ୍ଡଳର ଅଦଳବଦଳ !
admin
Jun 6, 2020 - 11:44
Updated: Jun 6, 2020 - 11:44
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସେପ୍ଟେମ୍ବରରେ କ୍ୟାବିନେଟରେ ଅଦଳ ବଦଳ କରିପାରିନ୍ତି ଏବଂ ଏଥିପାଇଁ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ସାମିଲ କରାଯିବାକୁ ଯୋଜନା ହେଉଛି ବୋଲି ରେଡିଫ.କମରେ ଏକ ପ୍ରବନ୍ଧ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଆରଏସଏସ କ୍ୟାବିନେଟରେ ୩ ଜଣଙ୍କୁ ସାମିଲ କରାଯିବା ପାଇଁ ଚାହୁଁଛି । ସେମାନେ ହେଲେ ବେଙ୍ଗାଲୁରୁ ଦକ୍ଷିଣ ସାଂସଦ ତେଜସ୍ୱୀ ସୂର୍ଯ୍ୟ, ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧି ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ । ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରୁ କେତେକ ପୁରୁଣା ମୁହଁକୁ ବାଦ ଦେଇ ଏହି ନୂଆ ମୁହଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଯୋଜନା କରୁଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚୂଡ଼ାନ୍ତ ରୂପରେଖ ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତୁତ କରିବେ । ଏନଡିଏର ନୂଆ ଅଂଶୀଦାର ଦଳମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସରକାରରେ ସାମିଲ କରିବାକୁ ଚାହୁଁଛନ୍ତି । ଲୋକ ଜନଶକ୍ତି ପାର୍ଟି ନେତା ଚିରାଗ ପାଶ୍ୱାନ, ଏଆଇଡିଏମକେରୁ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମଙ୍କ ପୁଅ ତଥା ଲୋକସଭା ସାଂସଦ ପି.ରବୀନ୍ଦ୍ରନାଥ ଏବଂ ଜେଡିୟୁର ଜଣେ ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ନେବାକୁ ମଧ୍ୟ ଯୋଜନା ହେଉଛି । ବିଜୁ ଜନତା ଦଳକୁ ଲୋକସଭାରେ ଉପବାଚସ୍ପତି ପଦ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।