ଗଡ଼ଗଡ଼ିଆ ଘାଟ ନେଉଛି ଜୀବନ

ଗଡ଼ଗଡ଼ିଆ ଘାଟ ନେଉଛି ଜୀବନ

ବୋଲ୍‌ବମ୍ ପାଇଁ ପାଣି ଉଠାଇବା ବେଳେ କଟକରେ ପୁଣି ଏକ ଅଘଟଣ ହୋଇଛି। ଗତ ରବିବାର ଗଡ଼ଗଡ଼ିଆ ଘାଟରେ ଜଣେ ଯୁବକ ବୁଡ଼ି ପ୍ରାଣ ହରାଇଥିବା ବେଳେ ଆଜି ମହାନଦୀର ଭଦିମୂଳ-ଗତିରାଉତପାଟଣା ମଝିର ଏକ ମଠ ପାଖ ଘାଟରେ ଜଣେ ଶ୍ରଦ୍ଧାଳୁ ବୁଡ଼ିଯାଇ ନିଖୋଜ ହୋଇଛନ୍ତି। ଅଗ୍ନିଶମ ଟିମ୍ ଆସି ତଲାସି ଆରମ୍ଭ କରିଥିଲେ.ନିଖୋଜ ଯୁବକ ହେଲେ ନିକଟସ୍ଥ ତିନିଘରିଆର ରବିନ୍ଦ୍ର ବୋଲି ଦୁଇ ବେହେରାଙ୍କ ପୁଅ ବିଶ୍ୱଜିତ୍ ବେହେରା (99) । ଏଭଳି ଏକ ଦୁଃଖଦ ଘଟଣା ଖବର ପାଇ ନଦୀକୂଳରେ ଶହଶହ ଲୋକ ରୁଣ୍ଡ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ, ତିନିଘରିଆ ଅଞ୍ଚଳର ବିଶ୍ଵଜିତ୍ ଓ ତାଙ୍କ ସାହିର ଦୁଇ ଜଣ ସାଙ୍ଗଙ୍କ ସହିତ ମୋଟ ୧୮ ଜଣ ଆଜି ଜଗତସିଂହପୁର ବ୍ଳକ୍ ବିରିଡ଼ି ଅନ୍ତର୍ଗତ ଅଷ୍ଟଶମ୍ଭୁ

ମଝିରେ ଥିବା ‘ବୋଗାମ୍ବା’ ମଠ ପାଖକୁ ଯାଇଥିଲେ। ସନ୍ଧ୍ୟାରେ ବିଶ୍ଵଜିତଙ୍କ ସହିତ ତାଙ୍କ ୨ ଜଣ ସାଙ୍ଗ କଳସ ଧରି ନଦୀ ଭିତରକୁ ପାଣି ଭରିବା ପାଇଁ ପଶିଥିଲେ। ତେବେ ନଦୀରେ ବୁଡ଼ି ପାଣି ଧରି ଉଠିବା ବେଳେ ଦୁଇ ଜଣ ଉପରକୁ ଉଠିଥିବାବେଳେ ଜଣେ ଆଉ ଉପରକୁ ଆସିନଥିଲେ। ପାଣି ଭିତରେ ବିଶ୍ଵଜିତ୍ ରହିଗଲା କରିଥିଲେ। ପାଟି ଶୁଣି ଅନ୍ୟ ଶ୍ରଦ୍ଧାଳୁମାନେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ଅଗ୍ନିଶମକୁ ଖବର ଦିଆଯିବାରୁ କିଛି ମିନିଟ୍ ଭିତରେ ଏକ ବୋଟ୍ ଧରି ଚାଉଳିଆଗଞ୍ଜ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଲାସି ଆରମ୍ଭ କରିଥିଲା। ମାତ୍ର ରାତି ପ୍ରାୟ ୯ ଟା ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ମଧ୍ୟ ବିଶ୍ୱଜିତ୍ ର ପତା ମିଳି ନଥିଲା , ଆଜି ସକାଳୁ ପୁନର୍ବାର ଖୋଜାଖୋଜି କଲା ପରେ ବିଶ୍ୱଜିତ ର ମୃତ ଦେହ ପାଣି ରୁ ମିଳିଛି. ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ଶବକୁ କଟକ ଏସ ସି ବି ପଠାଇଛି.