ଆଜି ବିଶ୍ୱ ପରିବେଶ ଦିବସ ।
ଆଜି ବିଶ୍ୱ ପରିବେଶ ଦିବସ ।
admin
Jun 5, 2020 - 06:13
Updated: Jun 5, 2020 - 06:13
ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶ ଓ ପ୍ରକୃତି । ଏ ଦୁଇଟି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ପ୍ରକୃତି ଶାନ୍ତ, ସ୍ଥିର ଓ ସ୍ୱାଭାବିକ ରହିବା ପାଇଁ ପରିବେଶ ନିହାତି ପ୍ରଦୂଷଣ ରହିବା ଦରକାର ପରିବେଶକୁ ସବୁ ପ୍ରକାର ପ୍ରଦୂଷଣରୁ ସୁରକ୍ଷିତ ରଖିବାର କାମ ହେଉଛି ମଣିଷ ସମାଜର । ମଣିଷ ଯଦି ନିଜ ପରିବେଶକୁ ପରିଷ୍କାର ଓ ପରିମଳ ରଖିବାକୁ ଯଥାସାଦ୍ଧ ପ୍ରଯତ୍ନ କରେ, ତେବେ ପ୍ରକୃତିରାଣୀ ହସି ଉଠିବ । ଆଉ ଶାନ୍ତଚିତରେ ଭେଟିଦେବ ଗଦାଗଦା ଆର୍ଶୀବାଦ । ଅନ୍ୟଥା ଏହା ମଣିଷର ପ୍ରତିଟି ପରିବେଶ ପ୍ରତିକୁଳ ପଦକ୍ଷେପର ହିସାବ ନେବ ଏବଂ ପ୍ରତିକ୍ରିୟା ପ୍ରକାଶ କରିବ । ଯାହା ବର୍ତମାନ ପ୍ରତିକ୍ରିୟା ସ୍ୱରୂପ କରୋନା ରୂପରେ ସାରା ପୃଥିବୀରେ ତାଣ୍ଡବ କରୁଛି । ଏହାପରେ ଯେଉଁ ପ୍ରତିକ୍ରିୟା ଦେବ ତାହା ସାମାନ୍ୟ ନୁହଁ ବରଂ ଅତ୍ୟନ୍ତ ଭୟଙ୍କର ହେବ, ଯାହା ଜଳବାୟୁ ପରିବର୍ତନକୁ ଅସ୍ୱାଭାବିକ ଭାବେ ବିକୃତି କରିପକାଇବ । ପରିଶେଷରେ ଏହା ବନ୍ୟା, ବାତ୍ୟା, ଭୂକମ୍ପ, ମରୁଡି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ମାନବ ବିଧ୍ୱଂସକାରୀ ଘଟଣାକୁ ବହୁଗୁଣିତ କରିପକାଇବ । କରୋନା ଠାରୁ ଆହୁରୀ ବଡ ମହାମାରୀ ବିଶ୍ୱବାସୀଙ୍କୁ ଅଥୟ ଓ ଅଣନିଃଶ୍ୱାସୀ କରିପକାଇବ । ତେଣୁ ବିଶ୍ୱ ପରିବେଶ ଦିବସରେ ଆମେ ମଣିଷ ସମାଜ ଏ ଦିଗଗୁଡିକୁ ଆଉଥରେ ବିଚାର କରି ପ୍ରକୃତି ଓ ପରିବେଶ ସୁରକ୍ଷିତ ରଖିବା ପାଇଁ ବଦ୍ଧପରିକର ହେବା ଜରୁରୀ ।
- ଯେଉଁ ଖାଦ୍ୟ ଖାଉଛୁ, ଯେଉଁ ବାୟୁକୁ ପ୍ରଶ୍ୱାସରେ ନେଉଛୁ, ଯେଉଁ ପାଣି ପିଉଛୁ ଏବଂ ପରିବେଶ ଆମ ଗ୍ରହକୁ ଜୀବଜଗତ ତିଷ୍ଠି ରହିବା ଉପଯୋଗୀ କରିଛି ସବୁକିଛି ଆମ ଏ ପ୍ରକୃତିର ଦାନ ।
- ସଂପ୍ରତି ଏଭଳି ଏକ ସମୟରେ ଉପନୀତ, ଯେତେବେଳେ ପ୍ରକୃତି ଆମକୁ ବାର୍ତା ଦେଉଛି ।
- ପୃଥିବୀରେ ଆମେ ନିଜକୁ ବଚଂଇବାକୁ ହେଲେ ଆମକୁ ପ୍ରଥମେ ପ୍ରକୃତିର ଯତ୍ନ ନେବାକୁ ପଡିବ ।
-ଆମକୁ ଜାଗ୍ରତ ହେବାକୁ ପଡିବ । ପରିବେଶ ପ୍ରତି ପହଂଚିଥିବା କ୍ଷତି ଆମକୁ ଚିହ୍ନିବାକୁ ହେବ । ତାହା ବିରୋଧରେ ସ୍ୱର ଉତୋଳନ କରିବାକୁ ପଡିବ ।
-ଭବିଷ୍ୟତ ପିଢି ପାଇଁ ଆମକୁ ଏକ ଉନ୍ନତ ପରିବେଶ ସୃଷ୍ଟିକରିବାକୁ ପଡିବ । ଏବଂ ସେଥିପାଇଁ ଆମ ଗ୍ରହକୁ ପୁନର୍ବାର ବାସପୋଯୋଗୀ କରି ଗଢିତୋଳିବାକୁ ହେବ ।
-ଆଜି ପରିବେଶ ଦିବସ ପ୍ରକୃତି ପାଇଁ ଉସôର୍ଗ କରିବାକୁ ପଡିବ ।
-ସର୍ବପ୍ରଥମେ ପରିବେଶର ପରମ ଶତ୍ରୁ ପାଲଟିଥିବା ପଲିଥିନ ବର୍ଜନ କରିବାକୁ ହେବ । ତାହା ସହ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଁ ଆମକୁ ପ୍ରତିଶ୍ରୁତିବଦ୍ଧ ହେବାକୁ ପଡିବ ।