ରାଜ୍ୟରେ ଆଉ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଆଉ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଁଚିଛି । ଅପରପକ୍ଷରେ ୧୪୮୧ ଜଣ ସୁସ୍ଥ ହୋଇଥିବାବେଳେ ୧୧୧୭ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୮ ଜଣ କରୋନାରେ ମୃତୁ୍ୟବରଣ କରିଥିବାବେଳେ ଅନ୍ୟ ରୋଗରେ ପୀଡ଼ିତ ହୋଇ ୨ ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି । ଗଞ୍ଜାମରେ ୧୨, ଯାଜପୁରରେ ୩, ଖୋର୍ଦ୍ଧାରେ ୨୨, କଟକରେ ୨୩, ଭଦ୍ରକରେ ୪, ବଲାଙ୍ଗୀରରେ ୩, ପୁରୀରେ ୧, ଜଗତସିଂହପୁରରେ ୧, ସୁନ୍ଦରଗଡ଼ରେ ୭, ମୟୂରଭଞ୍ଜରେ ୨୨, ଗଜପତିରେ ୭, ଢେଙ୍କାନାଳରେ ୨, କେନ୍ଦୁଝରରେ ୨, ଅନୁଗୁଳରେ ୧, ସୋନପୁରରେ ୧, କନ୍ଧମାଳରେ ୩, କଳାହାଣ୍ଡିରେ ୩, ବରଗଡ଼ରେ ୪, କୋରାପୁଟରେ ୬ ଓ ରାୟଗଡ଼ାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪ ଜଣ କ୍ୱାରେଂଟାଇନ ସେଂଟରରେ ଥିଲେ । ଅବଶିଷ୍ଟ ୬ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।