ଏହି ସବୁ ଅଭ୍ୟାସ ମାନସିକ ସ୍ତରରେ ବିକାରଗ୍ରସ୍ତ କରେ

ଏହି ସବୁ ଅଭ୍ୟାସ ମାନସିକ ସ୍ତରରେ ବିକାରଗ୍ରସ୍ତ କରେ

ଭୁବନେଶ୍ୱର :ଜାଣନ୍ତରେ ହେଉ କି ଅଜାଣନ୍ତରେ ନିଜ ଦୈନଦିନ ଜୀବନରେ କିଛି ଅଭ୍ୟାସ ସାମିଲ କରନ୍ତି, ଯାହା ଆପଣଙ୍କୁ ମାନସିକ ସ୍ତରରେ କ୍ଷତି ପହଂଚାଇଥାଏ ।ଯଦି ଆପଣ ଛୋଟରୁ ଛୋଟ କଥାକୁ ନେଇ ଚିନ୍ତା କରିବା ଆରମ୍ଭ କରି ଦିଅନ୍ତି ତେବେ ଆଜିଠାରୁ ଆପଣଙ୍କର ଏହି ଅଭ୍ୟାସ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ । 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଆପଣଙ୍କ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣଙ୍କ ମସ୍ତିଷ୍କ ଉପରେ ବହୁ ମାତ୍ରାରେ ପ୍ରଭାବ ପକାଇଥାଏ । ଫୋନର ଅତ୍ୟଧିକ ବ୍ୟବହାର କେବଳ ଆପଣଙ୍କ ମାନସିକ ସ୍ତରରେ କ୍ଷତି କରେନା ତା ସହିତ ଆପଣଙ୍କ ଶାରୀରିକ ସନ୍ତୁଳନକୁ ମଧ୍ୟ କ୍ଷତି କରିଥାଏ । 

ଯଦି ଆପଣଙ୍କୁ ରାତିରେ ଠିକ୍ ଭାବରେ ନିଦ ନ ହେଉଛି କିମ୍ବା ଆପଣଙ୍କ ୭ ଘଂଟାର ନିଦ ପୁରା ହେଉନି ତେବେ ଆପଣଙ୍କ ମସ୍ତିଷ୍କ ଖରାପ୍ ହେବାର ସମ୍ବାବନା ଥାଏ ।ଜଙ୍କ୍ ଫୁଡ୍ , ତେଲିଆ ଖାଦ୍ୟ ଓ ବାହାର ଖାଦ୍ୟ ସେବନ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ । 

ଯଦି ଆପଣ କିଛି କଥା କାହାରି ସହ ବାଂଟି ପାରୁ ନାହାନ୍ତି ଏବଂ ମନରେ ରଖନ୍ତି ତେବେ ଆପଣ ମାନସିକ ଗ୍ରସ୍ଥ ହୋଇଥାନ୍ତି । ଯେଉଁମାନେ ଯୋଗ କରନ୍ତି ନାହିଁ, ସେମାନଙ୍କ ମସ୍ତିଷ୍କ ଅଧିକ ଚାପ ସହି ପାରେ ନାହିଁ । ସେହି ମାନଙ୍କୁ ଏହି ରୋଗ ହୋଇଥାଏ । ଏହି ସବୁ ଅଭ୍ୟାସ ଆପଣ ନିଜ ଦୈନଦିନ ଜୀବନରେ ସାମିଲ କରିଲେ ହୁଏତ ଆପଣ ଏହି ରୋଗର ବର୍ତି ପାରିବେ ।