ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କୁ କରୋନା ।

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କୁ କରୋନା ।

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କୁ କରୋନା ।
ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପଶିନିୟନ ଓ ତାଙ୍କ ପରିବାର ସଦସ୍ୟଙ୍କୁ କରୋନା ହୋଇଛି । ସୋମବାର ଖୋଦ ପ୍ରଧାନମନ୍ତ୍ରୀ ପଶିନିୟନ ନିଜ ଫେସବୁକ ପେଜରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ତାଙ୍କ ଠାରେ କୌଣସି ପ୍ରକାର ଲକ୍ଷଣ ପ୍ରକାଶ ପାଇନଥିଲା । କିନ୍ତୁ ସେ ଫ୍ରଣ୍ଟଲାଇନ ୱାର୍କର ଭାବେ କାର୍ଯ୍ୟ କରୁଥିବାରୁ ନିଜ ଆଡୁ କରୋନା ପରୀକ୍ଷା କରାଇଥିଲେ । ଫଳରେ ତାହା ପଜିଟିଭ ଆସିଥିଲା । ଏହା ପରେ ତାଙ୍କ ପରିବାର ସଦସ୍ୟଙ୍କର ମଧ୍ୟ ଟେଷ୍ଟ କରାଯାଇଥିଲା । ସେମାନଙ୍କର ରିପୋର୍ଟ ପଜିଟିଭ ବାହାରିଛି । ବର୍ତ୍ତମାନ ସେମାନେ ସମସ୍ତେ ନିଜ ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । କରୋନା ବିରୋଧୀ ଲଢ଼େଈ ସେ ଜାରି ରଖିବେ ଏବଂ ଏଥିରେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ପଶିନିୟନ ଦୃଢ଼ ଆଶାପୋଷଣ କରିଛନ୍ତି । ସୂଚନା ଯୋଗ୍ୟ ଯେ ବିଶ୍ୱ କରୋନା ସଂକ୍ରମିତ ତାଲିକାରେ ୫୫ତମ ସ୍ଥାନରେ ଥିବା ଆର୍ମେନିଆରେ ଏ ପର୍ଯ୍ୟନ୍ତ ୯ ହଜାର ୪୯୨ ଜଣ କରୋନା ସଂକ୍ରମିତ ହୋଇଥିଲା ବେଳେ ୧୩୯ ଜଣଙ୍କ ମୃତ୍ୟୁ ହୋଇଛି ।