ମଦର ହୋମ ଡେଲିଭରି ପାଇଁ ସରକାର ଖୋଲିଲେ ସ୍ୱତନ୍ତ୍ର ପୋର୍ଟାଲ ।

ମଦର ହୋମ ଡେଲିଭରି ପାଇଁ ସରକାର ଖୋଲିଲେ ସ୍ୱତନ୍ତ୍ର ପୋର୍ଟାଲ ।

ମଦର ହୋମ ଡେଲିଭରି ପାଇଁ ସରକାର ଖୋଲିଲେ ସ୍ୱତନ୍ତ୍ର ପୋର୍ଟାଲ ।
ଏଣିକି ୱେବସାଇଟରେ ବ୍ଲକ କଲେ ସିଧା ଘରେ ପହଞ୍ଚିବ ମଦ । ଆଉ ପୂର୍ବ ଭଳି ମଦ ଦୋକାନୀଙ୍କୁ ଫୋନ କରିବା ଦରକାର ନାହିଁ ବା ହ୍ୱାଟସ ଆପରେ ମେସେଜ କରିବାର ଆବଶ୍ୟକତା ପଡ଼ିବନି । ମଦର ହୋମ ଡେଲିଭରି ପାଇଁ ଏଭଳି କିଛି ନୂଆ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ନୂଆ ବ୍ୟବସ୍ଥା ଅନୁସାରେ ରାଜ୍ୟ ପାନୀୟ ନିଗମ ପକ୍ଷରୁ ଏକ ୱେବସାଇଟ ପ୍ରସ୍ତୁତ କରାଯାଇଛି । ଏହି ୱେବସାଇଟରେ ଗ୍ରାହକ ନିଜ ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରିବା ପରେ ମଦର ଡେଲିଭରି ପାଇଁ ଅର୍ଡର ଯାଇ ଦୋକାନୀ ପାଖରେ ପହଞ୍ଚିବ । ଏହାର କିଛି ସମୟ ଭିତରେ ଦୋକାନୀ ତାଙ୍କ କମଚାରୀ ବା ଖାଦ୍ୟ ଯୋଗାଣକାରୀ ସଂସ୍ଥା ଜରିଆରେ ଆବଶ୍ୟକୀୟ ମଦ ଗ୍ରାହକ ପାଖରେ ପହଞ୍ଚାଇ ଦେବ । ଏଥିପାଇଁ ଗ୍ରାହକଙ୍କୁ ଓଡ଼ିଶା ଷ୍ଟେଟ ବିଭରେଜ କର୍ପୋରେସନର ୱେବସାଇଟ (ଏଏସବିସିଏସ)କୁ ଯିବାକୁ ପଡ଼ିବ । ୱେବସାଇଟ ଖୋଲିବା ପରେ ସେଥିରେ କନଜୁମୀ ଲଗଇନ ମିଳିବ । ଏହି ଲଗଇନରେ ପ୍ରଥମେ ଗ୍ରାହକଙ୍କୁ ନାଁ ଓ ମୋବାଇଲ ନମ୍ବର ଦେବାକୁ ପଡ଼ିବ । ଏହା ପରେ ଫୋନକୁ ଏକ ଓଟିପି ଆସିବ । ଏହି ଓଟିପି ପ୍ରଦାନ କରିବା ପରେ ସ୍କି୍ରନରେ କେଉଁ ଜିଲ୍ଲାର ଗ୍ରାହକଙ୍କର ଘର ଓ ପୋଷ୍ଟାଲ ପିନ ଦେବାକୁ ପଡ଼ିବ । ଏହା ପରେ ଗ୍ରାହକଙ୍କ ଫୋନକୁ ଏକ ପିନ ନମ୍ବର ବା ପାସୱାର୍ଡ ଆସିବ । ଗ୍ରାହକ ପିନ ନମ୍ବର ଓ ପାସ ୱାର୍ଡ ଦେବା ପରେ ସ୍କି୍ରନରେ କେଉଁ କମ୍ପାନୀର ମଦ ଆବଶ୍ୟକ ଓ କେତେ ପରିମାଣର ମଦ ଦରକାର ତାହାକୁ ପୂରଣ କରିବାକୁ ପଡ଼ିବ । ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିଅର ଓ ଅଢେ଼ଇ ଲିଟର ବିଦେଶୀ ମଦ ବୁକ୍‍ କରିପାରିବେ । ଆବଶ୍ୟକୀୟ ମଦ ଓ ଦୋକାନ ଚୟନ କରି ସବମିଟ ବଟନ କ୍ଲିକ କରିବା ପରେ ଅର୍ଡର ବୁକ୍‍ ହୋଇଯିବ । ଏଥି ସହିତ ମଦ ଦୋକାନୀ ଓ ଗ୍ରାହକଙ୍କ ପାଖକୁ ଏସଏମଏସ ଯିବ । ଏପରିକି କୁ୍ୟଆର କୋଡ ସହିତ ଏକ ଲିଙ୍କ ମଧ୍ୟ ଏସଏମଏସ ଜରିଆରେ ଗ୍ରାହକଙ୍କ ପାଖରେ ପହଞ୍ଚିଯିବ । ଏହି ଲିଙ୍କ ଖୋଲିଲେ ବୁକ୍‍ ହୋଇଥିବା ମଦ, ମଦର ପରିମାଣ ଓ ଦୋକାନୀଙ୍କ ତଥ୍ୟ ମିଳିପାରିବ । ତେବେ ଏହି ଏସଏମଏସ ଆସିବାର କିଛି ଘଣ୍ଟା ଭିତରେ ଦୋକାନୀ ତାଙ୍କ ସେଲସ ବୟ କିମ୍ବା ପଞ୍ଜିକୃତ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଜରିଆରେ ଗ୍ରାହକଙ୍କ ପାଖରେ ମଦ ପହଞ୍ଚାଇ ଦେବ । ଅନ୍ୟ ପଟେ ଏହି ଅନଲାଇନ ବ୍ୟବସ୍ଥାକୁ ଆହୁରି ସରଳ କରିବା ପାଇଁ ପାନୀୟ ନିଗମ ଖୁବ ଶୀଘ୍ର ଏକ ମୋବାଇଲ ଆପ ମଧ୍ୟ ଲଞ୍ଚ କରିବାକୁ ଯୋଜନା ରଖିଛି । ଏହି ଆପ ଏବେ ତିଆରି ଚାଲିଥିବା ସୂଚନା ମିଳିଛି ।