ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ
ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ
admin
Jun 2, 2020 - 12:33
Updated: Jun 2, 2020 - 12:33
ଭୁବନେଶ୍ୱର : ଭୁବନେଶ୍ୱର ବିଜେପିର ଟାଣୁଆ ନେତା ଜଗନ୍ନାଥ ପ୍ରଧାନ ବିଜେପି ଛାଡ଼ିଛନ୍ତି । ବିଜେପିର ଜଣେ ଦକ୍ଷ ସଂଗଠକ ଥିବା ଜଗନ୍ନାଥ କାହିଁକି ବିଜେପି ଛାଡ଼ିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଫେସବୁକରେ ଇସ୍ତଫା ଦେବାକୁ ମନସ୍ଥ କରିଥିବା ନେଇ ସୂଚନା ଦେବାର କିଛି କ୍ଷଣ ପରେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଯାହା ଏବେ ବିଜେପି ଅଳିନ୍ଦରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।
ଭୁବନେଶ୍ୱରରେ ଯେତେ ବିଜେପି ନେତା ଅଛନ୍ତି ସମସ୍ତଙ୍କ ଠାରୁ ଜଗାଙ୍କ ସାଂଗଠନିକ ଦକ୍ଷତା ବେଶ ସୁଦୃଢ଼ ଥିଲା । ତାଙ୍କର ସାଂଗଠନିକ ଦକ୍ଷତା ପାଇଁ ଅତୀତରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ଗତ ନିର୍ବାଚନରେ ମଧ୍ୟ ସେ ବିଜେପି ପ୍ରାର୍ଥୀ ହୋଇ କଡ଼ା ଟକ୍କର ଦେଇଥିଲେ । ସାଂଗଠନିକ ଦକ୍ଷତା କାରଣରୁ ସେ ଦଳରେ ବେଶ ଲୋକପ୍ରି୍ରୟ ଥିଲେ । ତେବେ କେତେକ ବିଜେପି ନେତାଙ୍କ ସହ ତାଙ୍କର ମତଭେଦ ଥିଲା । ଅତୀତରେ ମତଭେଦ ଗଣ୍ଡଗୋଳର ରୂପ ମଧ୍ୟ ନେଇଥିଲା । ତଥାପିବି ଜଗନ୍ନାଥ ଦିନରାତି ବିଜେପିରେ ହିଁ ସଂଗଠନ କରୁଥିଲେ । ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ମୋଟାମୋଟି ଭାବେ ତାଙ୍କରି କବଜାରେ ହିଁ ଥିଲା । ଅପରପକ୍ଷରେ କେତେକ ବିଜେପି ନେତା ତାଙ୍କୁ ବୁଝାସୁଝା କରୁଥିବା ଜାଣିବାକୁ ମିଳିଛି । ଗତକାଲି ସେ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବାବେଳେ ଆଜି ବିଜେପିକୁ ପ୍ରଶଂସା କରି ମଧ୍ୟ ପୋଷ୍ଟ କରିଥିଲେ । କିନ୍ତୁ ହଠାତ ଜଗନ୍ନାଥ ଏଭଳି ନିଷ୍ପତି କାହିଁକି ନେଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।