ବିଜେପି ସବୁବେଳେ ନିମ୍ନମାନର ରାଜନୀତି କରୁଛି: ବିଜେଡି

ବିଜେପି ସବୁବେଳେ ନିମ୍ନମାନର ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର: ପୁଣି ଥରେ ବିଜେପି ଉପରେ ବର୍ଷିଛି ବିଜେଡି। ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି ଯେ, ଜୀବନରେ ଓ୍ବାର୍ଡ ମେମ୍ବରଟିଏ ମଧ୍ୟ ହୋଇ ପାରିନଥିବା ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ଟିଭିର ବୁମ୍ ଦେଖିଲେ ନିଜକୁ ସମ୍ଭାଳି ପାରୁନାହାନ୍ତି କୌଣସି ବିଷୟରେ ନଜାଣିଥିଲେ ବି ଯାହା ମନକୁ ଆସିଲା ତାହା ଗପି ଚାଲନ୍ତି ଓଡ଼ିଶାବାସୀ ତାଙ୍କର ଏଭଳି ସ୍ବଭାବ ବିଷୟରେ ଭଲଭାବରେ ଅବଗତ ଅଛନ୍ତି ପୃଥ୍ବୀରାଜଙ୍କ ଭଳି ଓଡ଼ିଶାର ବିଜେପି ନେତାମାନେ ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ନିମ୍ନମାନର ରାଜନୀତି କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ମିଥ୍ୟା ବୋଲି କହିବା ତାଙ୍କ ହୀନ ମାନସିକତାକୁ ଦର୍ଶାଉଛି ମହାପ୍ରଭୁଙ୍କ ନାଁରେ ମିଛ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯଦି ତାଙ୍କ ନିକଟରେ କିଛି ତଥ୍ୟ ରହିଛି ତେବେ ଏହା ବିରୋଧରେ ସେ ହାଇକୋର୍ଟକୁ ଯାଇନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ବିଜେଡି ମହାପ୍ରଭୁ ବିଷୟରେ ଏପରି ମିଥ୍ୟା କହିବାଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଓଡ଼ିଶାବାସୀ ତାଙ୍କୁ କେବେ କ୍ଷମା କରିବେ ନାହିଁ