ଶ୍ରୀମନ୍ଦିରରେ ଦୀପ, ଭୋଗ, ମହାପ୍ରସାଦ ସବୁଥିରେ କେବଳ ଓମଫେଡ୍ ଘିଅ ବ୍ୟବହାର କରିବାକୁ ନିଦେ୍ର୍ଦଶ

ଶ୍ରୀମନ୍ଦିରରେ ଦୀପ, ଭୋଗ, ମହାପ୍ରସାଦ ସବୁଥିରେ କେବଳ ଓମଫେଡ୍ ଘିଅ ବ୍ୟବହାର କରିବାକୁ ନିଦେ୍ର୍ଦଶ

ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର ସହ ମନ୍ଦିର ପାଇଁ ସ୍ୱତନ୍ତ୍ର ଡିପୋ ଖୋଲିବାକୁ ନେଇ, ମୁଖ୍ୟ ପ୍ରଶାସକ ଓମଫେଡ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ। ଗତମାସରେ ଓମଫେଡ୍ କର୍ତ୍ତୃପକ୍ଷଙ୍କ ସମେତ ସୁଆର ମହାସୁଆର ନିଯୋଗ ସହ ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଶୁଦ୍ଧ ଘିଅ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ଜିଲ୍ଲାପାଳ କହିଛନ୍ତି। ଓମଫେଡ୍ ର ଏକ ଷ୍ଟଲ୍ ଶ୍ରୀମନ୍ଦିର ଭିତରେ ରହିଛି ଓ ଓମଫେଡ୍ ଏକ ସ୍ୱତନ୍ତ୍ର ଦରରେ ଏହାକୁ ଯୋଗାଇବା ନେଇ ଆଲୋଚନା ହୋଇଥିବା ଜିଲ୍ଲାପାଳ କହିଛନ୍ତି। ତେବେ ପୁରୀରେ ଓମଫେଡ୍ ର ଏକ ସ୍ୱତନ୍ତ୍ର ଡିପୋ କରିବାକୁ ମୁଖ୍ୟ ପ୍ରଶାସକ ଓମଫେଡ୍ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିବା ଜିଲ୍ଲାପାଳ କହିଛନ୍ତି। ସେପଟେ କିଛିଦିନ ପୂର୍ବରୁ ବଳଦେବଜୀଉ ଓ ଶାରଳା ମନ୍ଦିରରେ ଓମଫେଡ୍ ର ମାନ ଉପରେ  ପ୍ରଶ୍ନ ଉଠିବା ପ୍ରସଙ୍ଗରେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି। ଏ ପ୍ରସଙ୍ଗରେ ଓମଫେଡ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ବେଳେ ଶ୍ରୀମନ୍ଦିରକୁ ଆସୁଥିବା ଓମଫେଡ୍ ଘିଅର ସ୍ୱତନ୍ତ୍ର ବ୍ରାଣ୍ଡିଂ ରହିଛି,, ସ୍ୱତନ୍ତ୍ର ରଙ୍ଗ ରହିଛି,,ସ୍ୱତନ୍ତ୍ର ଯାଞ୍ଚ ରିପୋର୍ଟ ମଧ୍ୟ ରହିଥିବା ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ ଓ କେଉଁଭଳି ଭାବେ ଓମଫେଡ୍ ଘିଅ ଶ୍ରୀମନ୍ଦିର ବାହାରକୁ ନ ଆସିବ ଓ ଅନ୍ଯ ଘିଅ ଶ୍ରୀମନ୍ଦିର ଭିତରକୁ ନ ଯିବ ସେନେଇ ଆଗାମୀ ଦିନରେ କଡାକଡି କଟକଣା ହେବ ବୋଲି ଜିଲ୍ଲାପାଳ ସିଧାର୍ଥଶଙ୍କର ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି।