କୁମାରପୂର୍ଣ୍ଣିମା ଅବସରରେ ମାଙ୍କର ସ୍ୱତନ୍ତ୍ର ବେଶ ଦେଖିବାକୁ ଭକ୍ତଙ୍କ ଭିଡ ଜମୁଛି

କୁମାରପୂର୍ଣ୍ଣିମା ଅବସରରେ ମାଙ୍କର ସ୍ୱତନ୍ତ୍ର ବେଶ ଦେଖିବାକୁ ଭକ୍ତଙ୍କ ଭିଡ ଜମୁଛି

ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେଵୀ ମାଁ ସମଲେଶ୍ବରୀ ଙ୍କ ପବିତ୍ର ରାଜରାଜେଶ୍ୱରି ବେଶ କୁମାର ପୁଣ୍ଣିମା ରେ ଅନୁଷ୍ଠିତ ହୋଇଯାଇଛି l ମାଁ ଏହି ଅପୁର୍ବ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l କୁମାର ପୁଣ୍ଣିମା ରେ ମାଁଙ୍କ ଠାରେ ସ୍ୱତନ୍ତ୍ର ରୀତିନୀତି ରେ ପୂଜାର୍ଚନା କରାଯିବା ପରେ ମାଁଙ୍କ ର ଏହି ରାଜରାଜେଶ୍ୱରି ବେଶ କରାଯାଇଥାଏ l ସକାଳୁ ମାଁ ଙ୍କର ମଙ୍ଗଲ ଆଳତୀ ଶେଷ ହେବା ପରେ ମାଁ ସମଲେଶ୍ବରୀ ଙ୍କୁ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରାଯାଇଥିଲା l ପରେ ମାଁଙ୍କ ସ୍ୱତନ୍ତ୍ର ମହାଆଳତି କରାଯାଇଛି l ପରେ ମାଁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ଏହାସହ ଆଜି ମାଁଙ୍କ ଠାରେ 56 ଭୋଗ ଲାଗି କରାଯାଇଛି l ଏଥିସହ ମାଁଙ୍କ ମନ୍ଦିରରେ ସହରର ସ୍ୱାଇଁ ପରିବାର ସଦସ୍ୟ ମାଙ୍କ ମନ୍ଦିରର ଚୁଳ ରେ ପୁରୁଣା ଧ୍ବଜାକୁ ଖୋଲି ନୂତନ ଧ୍ବଜା କୁ ଲଗାଇଥିଲେ l ଶ୍ରଦ୍ଧାଳୁ ମାନେ ଏହାକୁ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରୁ ଆସିଥିଲେ l କୁମାରପୂର୍ଣ୍ଣିମା ଅବସରରେ ଦେବୀ ମାଁ ସମଲେଶ୍ଵରୀ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ବହୁ ବର୍ଷର ପରମ୍ଫରା ରହିଆସିଛି l