ଖୁବ ଶୀର୍ଘ ପ୍ରଦେଶ କଂଗ୍ରେସକୁ ମିଳିବାକୁ ଯାଉଛି ନୂଆ ପିସିସି ସଭାପତି

ଖୁବ ଶୀର୍ଘ ପ୍ରଦେଶ କଂଗ୍ରେସକୁ ମିଳିବାକୁ ଯାଉଛି ନୂଆ ପିସିସି ସଭାପତି

ଖୁବ ଶୀର୍ଘ ପ୍ରଦେଶ କଂଗ୍ରେସକୁ ମିଳିବାକୁ ଯାଉଛି ନୂଆ ପିସିସି ସଭାପତି । ହଁ ଆଜ୍ଞା ଆଜି  ଓଡିଶା ପ୍ରଦେଶ କମିଟି ଭଙ୍ଗା ଯିବା ପରେ, ଯାହା ଆକଳନ କରାଯାଉଛି । ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟିକୁ ଭଙ୍ଗ କରାଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି  ପିସିସି ଓ କାର୍ଯ୍ୟକାରୀ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି, ଖାଲି ସେତିକି ନୁହେଁ  ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭାଙ୍ଗି ଦିଆଯାଇଛି । କିନ୍ତୁ   ବର୍ତ୍ତମାନର ଜିଲ୍ଲା ସଭାପତିଙ୍କୁ  ନିଜ ଦାୟିତ୍ୱରେ ରଖାଯାଇଛି । ଏନେଇ ଏଆଇସିସି ପକ୍ଷରୁ ଏକ ଚିଠି ଜାରୀ କରାଯିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି  ।

ଦିନେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କର ଅତି ଖାସ୍  ଲୋକ ବୋଲି ମାନଶ ଚୌଧୂରୀଙ୍କୁ କୁହାଯାଉଥିଲା । ହେଲେ କାଳ କ୍ରମେ ପ୍ରଦେଶ କଂଗ୍ରେସରୁ ମାନସଙ୍କ ସମେତ ଆହୁରୀ ଏକାଧିକ ଲୋକଙ୍କୁ ବାହାର କରିଦେଇଥିଲେ ଶରତ ପଚ୍ଚନାୟକ । ଯାହା ପରେ ଶ୍ରୀଯୁକ୍ତ ଚୌଧୂରୀ ଶରତଙ୍କ ଉପରେ ଧୁମ୍ ବର୍ଷୁଥିଲେ, ଏମିତିକି କଂଗ୍ରେସ 2024ରେ ନିର୍ବାଚନୀ ଫଳାଫଳ ଏକ ଚିନ୍ତାଜନକ କହି ଶରତ ବିକ୍ରି ହୋଇଥିବା ଭଳି ଅଭିଯୋଗ ମଧ୍ୟ ଆଣିଥିଲେ । ତେବେ ସେ ଯାହାବି ହେଉନା କାହିଁ, ଆଜି କିନ୍ତୁ ଶପତ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ଏଆଇସିସି ବାହାର କରିବା ପରେ ମାନଶ ନିଜର ପତିକ୍ରିୟା କିଛି ଏମିତି ରଖିଛନ୍ତି ।

ଓଡ଼ିଶା ପ୍ରଦେଶ କମିଟି ଭାଙ୍ଗିବା ପରେ କିଏ ହେବେ ନୂଆ ପିସିସି ସଭାପତି? ଶରତ ପଟ୍ଟନାୟକଙ୍କ ସ୍ଥାନ ନେବେ କିଏ? ତେବେ ରେସରେ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। କାହା ନାଁରେ ଦଳ ମୋହର ମାରିବ, ତା’ଉପରେ ସମସ୍ତଙ୍କର ନଜର ରହିଛି