ବିମାନ ଦୁର୍ଘଟଣା ନେପାଳର କାଠମାଣ୍ଡୁ ରୁ ଆସିଲା ଅଭାବନୀୟ ଚିତ୍ର

ବିମାନ ଦୁର୍ଘଟଣା  ନେପାଳର କାଠମାଣ୍ଡୁ ରୁ ଆସିଲା ଅଭାବନୀୟ ଚିତ୍ର

ବିମାନ ଦୁର୍ଘଟଣା, ନେପାଳର କାଠମାଣ୍ଡୁ ରୁ ଆସିଲା ଅଭାବନୀୟ ଚିତ୍ର । ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ଅର୍ଥାତ୍ ଟିଆଇଏ ରେ ବିମାନଟି ଟେକ୍‌-ଅଫ୍‌ କରିବା ସମୟରେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍‌ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ସମୁଦାୟ ୧୯ ଜଣ ବୈଷୟିକ୍‌ ଟିମ୍‌ ଯାତ୍ରା କରୁଥିଲେ, ପରେ ୧୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବିମାନର ପାଇଲଟ ୩୭ ବର୍ଷିୟ ମନୀଷ ଶାକ୍ୟାଙ୍କୁ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି । ଏହି ବିମାନଟି ବିମାନର ବୈଷୟିକ କର୍ମଚାରୀଙ୍କୁ ନେଇ ଯାଉଥିଲା। ଦୁର୍ଘଟଣା ପରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ଉକ୍ତ ସ୍ଥାନରେ ପୁଲିସ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବିମାନଟି ରନୱେର ଦକ୍ଷିଣ ପ୍ରାନ୍ତରୁ ଉଡ଼ାଣ ଭରିବା ବେଳେ ହଠାତ୍ ୱିଙ୍ଗ୍ ଟିପ୍ ଭୂମିରେ ଖସିପଡିଥିଲା ​​। ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।