ରଙ୍ଗୀଲା ବାବାଙ୍କ ରଙ୍ଗିଲା ଷ୍ଟାଇଲ୍
ରଙ୍ଗୀଲା ବାବାଙ୍କ ରଙ୍ଗିଲା ଷ୍ଟାଇଲ୍ ଦେଖିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ । ପ୍ରଥମେ ଲିପକିସ୍ ଦିଆ ଫଟୋ ପରେ ଆଜି ଭାଇରାଲ୍ ହେଉଛି ଡ୍ୟାନ୍ସ ବାଲା ଭିଡିଓ, ଯେଉଁଥିରେ ବାବା କିଛି ଯୁବକଙ୍କ ସହିତ ଉନ୍ମାଦିଆ ଡିଜେ ଗୀତର ତାଳେ ତାଳେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଖାଲି ଡ୍ୟାନ୍ସ କରୁଥିବା ଭିଡିଓ ନୁହେଁ ବରଂ ରଙ୍ଗୀଲା ବାବାଙ୍କ ରସିକିଆ ଓ ରୋମାଣ୍ଟିକ୍ ଫଟୋ ମଧ୍ୟ ଏବେ ଧୁମ୍ ଚର୍ଚ୍ଚା ସାଉଟିଛି । ହଁ ଆଜ୍ଞା ଆମେ କହୁଛୁ ବାବା କୈବଲ୍ୟ ଜାନିଙ୍କ କଥା । ତାଙ୍କର କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲାରେ ରହିଛି ଆଶ୍ରମ । ବାବା ସେଠାରେ ନିଜ ସମର୍ଥକଙ୍କ ସହ ରୁହନ୍ତି। ପ୍ରତିଦିନ ବାବାଙ୍କ ପାଖରେ ଲାଗେ ଗହଳି ଚହଳି । ବାବା ନାଲି ଓ ଅଳଦୀଆ ଧୋତି ପରିଧାନ କରି ନିଜର ଭକ୍ତଙ୍କୁ ଦିଅନ୍ତି ଦର୍ଶନ ଓ ମନୋସ୍କାମନା ପୂରଣବି କାଳେ କରନ୍ତୁ । ହଁ ପରା ଚିତ୍ର ଦେଖିଲେ ଲାଗୁଛି ବାବା କଣ କଣ ପୂରଣ କରୁଥିବେ । ହେଲେ କଣ ହବ, ବାବା ଏବେ ବିବାଦରେ ଫୁଲ୍ ଫସିଛନ୍ତି । ଢେଙ୍କାନାଳ ଜିଲ୍ଲାର ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ସେ କାଳେ ଅପହରଣ କରିଥିବା ଅଭିଯୋଗ ହେଉଛି । ଏନେଇ ଅଭିଯୋଗ କରିଛନ୍ତି ଯୁବତୀଙ୍କ । ବାପାଙ୍କ ଅଭିଯୋଗ କ୍ରମେ ଶନିବାର ଅପରାହ୍ନରେ ଆଶ୍ରମରେ ପୂଜା କରୁଥିବା ବେଳେ ବାବାଙ୍କୁ ଢେଙ୍କାନାଳ ପୁଲିସ୍ ଉଠାଇ ପଚରାଉଚରା କରୁଛି । କିନ୍ତୁ ବାବା ନିଜ ଉପରେ ଲଗାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।