ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ମହମବତୀ ଶୋଭାଯାତ୍ରା

ପଶ୍ଚିମବଙ୍ଗ ଆର. ଜି. କର ମେଡିକାଲ କଲେଜ, ଦୁଷ୍କର୍ମ ଘଟଣାକୁ ନେଇ ପୁରୀ ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ମହମବତୀ ଶୋଭାଯାତ୍ରା। ପଶ୍ଚିମବଙ୍ଗ ଆର. ଜି. କର ମେଡିକାଲ କଲେଜରେ ଗତ 9 ତାରିଖ ଦିନ ଦ୍ଵିତୀୟ ବର୍ଷ ସ୍ନାତକତ୍ତୋର ଛାତ୍ରୀଙ୍କୁ ଦୁଷ୍କର୍ମ ସହ ହତ୍ୟା ଘଟଣାକୁ ପ୍ରତିବାଦ କରି ଗତକାଲି ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ମହମବତୀ ଶୋଭାଯାତ୍ରା ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ବାହାରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଶ୍ରୀମନ୍ଦିର ନିକଟରେ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଘଟଣାକୁ ଅତି କୋଠର ଭାଷାରେ ନିନ୍ଦା କରାଯିବା ସହ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଦାବି କରାଯାଇଥିଲା। ଶୋଭାଯାତ୍ରାରେ ମେଡିକାଲର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଯୋଗ ଦେଇଥିଲେ।