ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡା: ଆଜି ୧୨ ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା । ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଏହି ବନ୍ଦ ଡାକରା ଦିଆୟାଇଛି । ଜିଲ୍ଲା ମାନ୍ୟତାକୁ ୩୧ବର୍ଷ ହୋଇଯାଇଥିଲେ ଆଜି ପର୍ୟ୍ୟନ୍ତ ଏକ ସରକାରୀ କଲେଜଟିଏ ହୋଇପାରିଲା ନାହିଁ । ଏହାକୁ ନେଇ ଅନେକ ଥର ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସିଛି, କିନ୍ତୁ କୌଣସି ସୁଫଳ ମିଳିପାରୁନାହିଁ । ସେଥିପାଇଁ ଆଜି ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ବନ୍ଦ ଡକରା ଦିଆଯାଇଛି ।

ଜିଲ୍ଲାର ଉଚ୍ଚ ଶିକ୍ଷାର ବିକାଶ, ଏଲ.ଏନ. କଲେଜକୁ ସରକାରୀ ମାନ୍ୟତା, ଯାନ୍ତ୍ରିକ ବିଦ୍ୟାଳୟକୁ ମହାବିଦ୍ୟାଳୟର ମାନ୍ୟତା ଦାବି କରିଛି ଛାତ୍ର ସାମ୍ମୁଖ୍ୟ । ବନ୍ଦ ଡାକରାରେ ଜରୁରୀକାଳୀନ ସେବାଗୁଡିକୁ ବାଦ ଦିଆୟାଇଛି । ଅନ୍ୟପଟେ ବନ୍ଦର ପ୍ରଭାବରେ ଗାଡି ଚଳାଚଳ, ଦୋକାନ ବଜାର ଏବଂ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ରହିଛି । ଏହି ବନ୍ଦକୁ ଜିଲ୍ଲା ବ୍ୟବସାୟୀ ସଂଘ, ବସ ଆସୋସିଏସନ, ବିଭିନ୍ନ ସଂଗଠନ, କ୍ଲବ ଏବଂ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି ।