ଅଖିଳେଶ ଦଳିତ ବିରୋଧୀ: ଚନ୍ଦ୍ରଶେଖର

ଅଖିଳେଶ ଦଳିତ ବିରୋଧୀ: ଚନ୍ଦ୍ରଶେଖର

ଅଖିଳେଶ ଦଳିତ ବିରୋଧୀ: ଚନ୍ଦ୍ରଶେଖର

ଲକ୍ଷ୍ନୌ: ସମାଜବାଦ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବହୁଜନ ସମାଜକୁ ବିରୋଧ କରନ୍ତି। ତାଙ୍କ ଗଠବନ୍ଧନରେ ଦଳିତ ସମାଜକୁ ଚାହାନ୍ତି ନାହିଁ। ଏପରି କହି କ୍ଷୋଭ ପ୍ରକଟ କରିଛନ୍ତି ଭୀମ୍‌ ଆର୍ମିର ମୁଖ୍ୟ ଚନ୍ଦ୍ରେରଶେଖର। ସେ କହିଛନ୍ତି ଅଖିଳେଶଙ୍କ ବ୍ୟବହାର ବିଜେପି ପରି। ଆଜି ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେକୌଣସି ପ୍ରକାରେ ବିଜେପିକୁ ଶାସନରୁ ବାହାର କରିବା ତାଙ୍କର ଉଦ୍ଦେଶ୍ୟ। ଦଳିତ ଓ ପଛୁଆ ବର୍ଗର ବିରୋଧୀ ବିଜେପିକୁ ଶାସନକୁ ନ ଆଣିବାକୁ ହେଲେ ସମସ୍ତେ ମିଳିତ ଭାବେ ଲଢ଼େଇ କରିବା ଦରକାର। ଏହି ଉଦ୍ଦେଶ୍ୟ ନେଇ ସବୁବେଳେ ଦଳିତ ଓ ପଛୁଆ ବର୍ଗଙ୍କ ପାଇଁ କାମ କରୁଥିବା ଆମେ  ଅଖିଳେଶ ଯାଦବଙ୍କ ସହିତ ଭେଟିଥିଲୁ। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଏଥିରେ ସହମତି ଭିତରେ ଦଳରେ ସାମିଲ କରିବାକୁ କହିଥିଲୁ। ହେଲେ ଅଖିଳେଶ ଏ ନେଇ କୌଣସି ଉତ୍ତର ଦେଇ ନାହାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଅଖିଳେଶ ଦଳିତଙ୍କ ହିତ ଚାହୁଁ ନାହାନ୍ତି। ସେ ଦଳିତଙ୍କୁ ମଧ୍ୟ ବିରୋଧ କରନ୍ତି। ସେ ବହୁଜନ ସମାଜକୁ ଅପମାନିତ କରିଛନ୍ତି। ସମାଜବାଦ ପାର୍ଟି ସହିତ ଆମେ ଗଠବନ୍ଧନ କରିବୁ ନାହିଁ ବୋଲି ସେ ଘୋଷଣା କରିଛନ୍ତି।