ପିସିସି ସଭାପତି ପଦରୁ ମୁଁ ଇସ୍ତଫା ଦେଇସାରିଛି : ନିରଞ୍ଜନ ପଟ୍ଟନାୟକ

ପିସିସି ସଭାପତି ପଦରୁ ମୁଁ ଇସ୍ତଫା ଦେଇସାରିଛି : ନିରଞ୍ଜନ ପଟ୍ଟନାୟକ

 ପିସିସି ସଭାପତି ପଦରୁ ମୁଁ ଇସ୍ତଫା ଦେଇସାରିଛି : ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର: ପିସିସି ସଭାପତି ପଦରୁ ମୁଁ ଇସ୍ତଫା ଦେଇସାରିଛି । କିନ୍ତୁ ମୋ ଇସ୍ତଫାକୁ ଗ୍ରହଣ କରାଯାଉନାହିଁ । ସୋମବାର ଏହା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ଇସ୍ତଫା ପ୍ରସଙ୍ଗ ଓ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ନିଜ ପ୍ରତିକି୍ରୟା ରଖି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ସେ କହିଛନ୍ତି ଯେ, ମୁଁ ଇସ୍ତଫା ଦେଇସାରିଛି । ଇସ୍ତଫା ଦେବା ପରେ ୩ଥର ଦିଲ୍ଲୀ ଯାଇଛି । ଚାହୁଁଛି ମୋ ଇସ୍ତଫା ପତ୍ର ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି । ପ୍ରକାଶ ଯେ, ଚଳିତ ନିର୍ବାଚନରେ କଂଗ୍ରେସ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଥର ପାଇଁ ଦଳ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲା । । ତେବେ ଦଳର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେଣୁ ସେ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦରୁ ଗତ ମଇ ୨୪ ତାରିଖ ଦିନ ଇସ୍ତଫା ଦେଇଥିଲେ । ନିରଞ୍ଜନ କହିଥିଲେ ଯେ, ଚଳିତ ଥର କଂଗ୍ରେସ ୮୦ରୁ ଉଦ୍ଧ୍ୱର୍ ନୂଆ ପ୍ରାର୍ଥୀ ଦେଇଥିଲା । ଯୁବକମାନଙ୍କୁ ଗୁରୁତ୍ୱ ଦିଆଯାଇଛି । ସେ ଦଳକୁ ଆଗକୁ ନେବା ପାଇଁ ଯୁବପୀଢ଼ିଙ୍କୁ ଟିକେଟ ଦେଇ ମଞ୍ଜି ପୋତିଛନ୍ତି । ଆଗାମୀ ଦିନରେ ସେମାନେ ହିଁ କଂଗ୍ରେସକୁ ଆଗକୁ ନେଇପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେ କଂଗ୍ରେସରେ ଅଛନ୍ତି ଓ ରହିବେ । ଯିଏ ବି ଦଳର ଦାୟିତ୍ୱ ନେବ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ନିରଞ୍ଜନ କହିଥିଲେ । ସୂଚନାଯୋଗ୍ୟଯେ, ଘସିପୁରା ଓ ଭଣ୍ଡାରୀପୋଖରୀରୁ ନିରଞ୍ଜନ ଲଢ଼ିଥିଲେ ବି ସେ ପରାସ୍ତ ହୋଇଥିଲେ ।