ଅନୁଭବଙ୍କୁ ହତ୍ୟା ଧମକରେ ଜଣେ ଗିରଫ

ଅନୁଭବଙ୍କୁ ହତ୍ୟା ଧମକରେ ଜଣେ ଗିରଫ

ଅନୁଭବଙ୍କୁ ହତ୍ୟା ଧମକରେ ଜଣେ ଗିରଫ
କଟକ: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଗିରଫ ହୋଇଛି । ଗୁଜୁରାଟରୁ ଅଭିଯୁକ୍ତକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ ପୋଲିସ । ଅଭିଯୁକ୍ତ ଜଣକ ଝାଞ୍ଜିରି ମଙ୍ଗଳା ଅଂଚଳରେ ଏକ ଭଡା ଘରେ ରହି ମିସ୍ତ୍ରୀ କାମ କରୁଥିଲେ । ଘଟଣା ପରେ ସଂପୃକ୍ତ ମିସ୍ତ୍ରୀ ଗୁଜୁରାଟ ଫେରାର ହୋଇ ଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଅନୁଭବଙ୍କୁ ୧୦ ଲକ୍ଷ ଟଙ୍କା ମାଗିବା ସହ ତାଙ୍କୁ ହତ୍ୟା ଧମକ ମଧ୍ୟ ଦିଆଯାଇଥିଲା । ଏନେଇ ଅନୁଭବ ପୁରୀଘାଟୀ ଥାନାରେ ଅଭିଯୋଗ କରିଥିଲେ ।