ଅନୁମତି ପାଇଁ ଅଟକିବନି ପୁରୁଣା ଖଣି ଉତ୍ତୋଳନ, ଅଧ୍ୟାଦେଶ ଜାରି କଲେ କେନ୍ଦ୍ର ସରକାର

ଅନୁମତି ପାଇଁ ଅଟକିବନି ପୁରୁଣା ଖଣି ଉତ୍ତୋଳନ, ଅଧ୍ୟାଦେଶ ଜାରି କଲେ କେନ୍ଦ୍ର ସରକାର

ଅନୁମତି ପାଇଁ ଅଟକିବନି ପୁରୁଣା ଖଣି ଉତ୍ତୋଳନ, ଅଧ୍ୟାଦେଶ ଜାରି କଲେ କେନ୍ଦ୍ର ସରକାର
ଭୁବନେଶ୍ୱର: ମାର୍ଚ୍ଚ ୩୧ ରେ ଲିଜ୍ ଅବଧି ସରିବାକୁ ଥିବା ପୁରୁଣା ଖଣିରୁ ବନ୍ଦ ହେବନି ଖନନ । ଲିଜ୍ ହାତେଇବା ପରେ ନୂଆ ଲିଜଧାରୀ ୨ ବର୍ଷ ଯାଏଁ ବିନା ବାଧାରେ ପୁରୁଣା ଖଣିରୁ ଉତ୍ତୋଳନ କରିପାରିବେ । ଏକ ଅଧ୍ୟାଦେଶ ଜରିଆରେ ଏଭଳି ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଆଇନ ଓ ନ୍ୟାୟିକ ମନ୍ତ୍ରାଳୟ ପକ୍ଷରୁ ଜାନୁଆରି ୧୦ରେ ଜାରି ହୋଇଥିବା ଏହି ଅଧ୍ୟାଦେଶ ଯୋଗୁଁ ମାର୍ଚ୍ଚ ୩୧ ପରେ କାଗଜପତ୍ର ଆଳରେ କୌଣସି କାର୍ଯ୍ୟକ୍ଷମ ଖଣି ବନ୍ଦ ହେବ ନାହିଁ । ଏଥିସହ ଧାତବ କ୍ଷେତ୍ରରେ କଞ୍ଚାମାଲ ଅଭାବ ଦେଖାଦେବା ନେଇ ଲାଗି ରହିଥିବା ଆଶଙ୍କାର ଅନ୍ତ ଘଟିଛି । ଅଧ୍ୟାଦେଶ ମୁତାବକ, ଲିଜ୍ ଅବଧି ସରିବାକୁ ଥିବା ପୁରୁଣା ଖଣିର ଇ-ନିଲାମରେ ଚୟନ ହେବାକୁ ଥିବା ନୂଆ ଲିଜଧାରୀ ତକ୍ରାଳ ୨ ବର୍ଷ ନିମନ୍ତେ ପୁରୁଣା ଲିଜ୍ଧାରୀଙ୍କ ସମସ୍ତ ଅଧିକାର, ଅନୁମୋଦନ, ମଞ୍ଜୁରି, ଲାଇସେନ୍ସ ପାଇବାକୁ ଯୋଗ୍ୟ ହେବେ । ଏଥିସହ ଏହି ଅବଧିରେ ଯେଉଁ ଖଣି ଲିଜ ପାଇଥିବେ ତାହାର ଆବଶ୍ୟକୀୟ ସମସ୍ତ ଅଧିକାର ଅନୁମୋଦନ, ମଞ୍ଜୁରି, ଲାଇସେନ୍ସ ପାଇଁ ଆବେଦନ କରିବେ । ଫଳରେ ସେମାନଙ୍କୁ ୨ ବର୍ଷ ମଧ୍ୟରେ ଖଣିଜ ବ୍ଲକ ଲିଜ୍ ପାଇଁ ମଞ୍ଜୁରି ଓ ଅଧିକାର ପ୍ରଦାନ କରାଯାଇପାରିବ । ସରକାରଙ୍କ ଏହି ଅଧ୍ୟାଦେଶ ଦ୍ୱାରା ଚଳିତ ବର୍ଷ ମାର୍ଚ୍ଚରେ ଅବଧି ସରିବାକୁ ଥିବା ଓଡ଼ିଶାର ୨୪ ଖଣିଜ ବ୍ଲକର ଲିଜ୍ଧାରୀ ଫାଇଦାରେ ରହିବେ । ଅର୍ଥାତ ସେମାନେ ନୂଆ ଲିଜ୍ ପାଇବା ପରେ ପରେ ହିଁ ଖଣିରୁ ତକ୍ରାଳ ଉତ୍ତୋଳନ ଆରମ୍ଭ କରିପାରିବେ ।