ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ
ଭୁବନେଶ୍ୱର: ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ତେବେ ବିଧାନସଭା ଆରମ୍ଭରୁ ହିଁ ହଟ୍ଟଗୋଳ ଲାଗି ରହିଛି । ଯାହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ଚାଷୀ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହୋହାଲ୍ଲା କରିଥିଲେ । ପ୍ଲାକାର୍ଡ ଦେଖାଇ ଉଭୟ ଦଳର ସଦସ୍ୟ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଥିଲେ । ତେବେ ୧୧.୩୦ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ବିରୋଧୀ ଦଳର ସଦସ୍ୟ ପୁଣି ନାରାବାଜି କରିଥିଲେ । ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାୟକ ହଟ୍ଟଗୋଳ କରିଥିଲେ । ପ୍ଲାକାର୍ଡ ଦେଖାଇ ଉଭୟ ବିଧାୟକ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଗତକାଲି ଚାଷୀ ପ୍ରସଙ୍ଗରେ ଗୃହକାର୍ୟ୍ୟରେ ବାରମ୍ବାର ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ଏପରିକି ରୁଲିଂ ଦେବାପରେ ବି ଥମିନଥିଲା ବିରୋଧୀଙ୍କ ହଙ୍ଗାମା। ଧାନକିଣା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୭ ଦିନ ପରେ ପୁଣି ଥରେ ଧାନକିଣାକୁ ନେଇ ଗୃହରେ ଅବଗତ କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ। ତେବେ ଏଥିରେ ବିରୋଧୀ ସନ୍ତୋଷ ପ୍ରକାଶ କରିନଥିଲେ।