ଅମରିନ୍ଦର ଅମିତ ଶାହଙ୍କ ନିକଟତର ହେବା ଠିକ୍ ହୋଇନି: ହରିଶ ରାୱାତ
ଅମରିନ୍ଦର ଅମିତ ଶାହଙ୍କ ନିକଟତର ହେବା ଠିକ୍ ହୋଇନି: ହରିଶ ରାୱାତ
ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର୍ ସିଂହ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହଙ୍କ ନିକଟତର ହେବା ଠିକ୍ ହୋଇନି। କଂଗ୍ରେସ ତାଙ୍କୁ ବୋହୁତ ସମ୍ମାନ ଦେଇଛି। ପାର୍ଟିର ସଂକଟ ସମୟରେ ସେ ସୋନିଆ ଗାନ୍ଧୀଙ୍କ ସହିତ ଶକ୍ତିର ସହିତ ଠିଆ ହେବା କଥା। ଗତକାଲି କଂଗ୍ରେସ ଛାଡ଼ୁଥିବା ନେଇ ଅମରିନ୍ଦର ଘୋଷଣା କରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ପଞ୍ଜାବର କଂଗ୍ରେସ ପ୍ରଭାରୀ ହରିଶ ରାୱତ। ଏହି ଅବସରରେ ସେ ଅମରିନ୍ଦରଙ୍କୁ ପରାମର୍ଶ ଦେଇ କହିଛନ୍ତି ସେ ଜଣେ ସଚ୍ଚା କଂଗ୍ରେସୀ ତେଣୁ ସେ କୃଷକ ବିରୋଧୀ ଦଳକୁ ସହାୟତ ନକରନ୍ତୁ। ଅମରିନ୍ଦରଙ୍କ ସହିତ କୌଣସି ଅସମ୍ମାନଜନକ କାମ ହୋଇନି। ତେବେ ବିଧାୟକମାନେ ତାଙ୍କ କାର୍ୟ୍ୟକୁ ନେଇ ସନ୍ତୁଷ୍ଟ ନଥିଲେ ବୋଲି ରାୱତ କହିଛନ୍ତି।ଅନ୍ୟପକ୍ଷରେ ବିଜେପି ଉପରେ କଟାକ୍ଷ କରି ସେ କହିଛନ୍ତି ଯେ କ୍ୟାପଟେନ୍କୁ ସେ ମୁଖୋଟା ବନାଉଛି। ଅମରନ୍ଦିରଙ୍କ ଯେଉଁ ସମ୍ମାନ ଓ ପରିଚୟ ରହଛି ତାହାକୁ ବିଜେପି ନଷ୍ଟ କରିଦେଇ ପାରେ। ଅନ୍ୟପକ୍ଷରେ ପଞ୍ଜାବ କଂଗ୍ରେସ ଦଳରେ ଚାଲିଥିବା ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରୁଛି। ଚରଣସିଂହ ଚନ୍ନୀଙ୍କ ନେତୃତ୍ବର ପଞ୍ଜାବ କଂଗ୍ରେସ ସରକାର ପୂର୍ଣ୍ଣ ବୋହୁମତର ସହିତ ଚାଲିଛି। ଆଗକୁ ମଧ୍ୟ ଦଳ ଶାସନ କରିବ ବୋଲି ସେ କହିଛନ୍ତି।




admin 