ଗୋପବନ୍ଧୁ ଶତପଥୀ କେନ୍ଦ୍ରାଞ୍ଜଳ ଆରଡିସି

ଗୋପବନ୍ଧୁ ଶତପଥୀ କେନ୍ଦ୍ରାଞ୍ଜଳ ଆରଡିସି

ଗୋପବନ୍ଧୁ ଶତପଥୀ କେନ୍ଦ୍ରାଞ୍ଜଳ ଆରଡିସି

ଭୁବନେଶ୍ୱର: କେନ୍ଦ୍ରାଞ୍ଜଳ ଆରଡିସି ଅନୀଲ କୁମାର ସାମଲ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀଙ୍କୁ କେନ୍ଦ୍ରାଞ୍ଜଳ ଆରଡିସି ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଉତ୍ତରାଞ୍ଚଳ ଆରଡିସିଙ୍କ ସଚିବ ଭି ପୁନମକାନ୍ତ ଏକ୍କାଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ଦାୟିତ୍ୱ ଦିଆଯାଇଛି । ଶ୍ରୀ ସାମଲ ଉତ୍ତରାଞ୍ଚଳ ଆରଡିସି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି । ଅବସର ପରେ ଶ୍ରୀ ସାମଲଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହ କଟକ ମହାନଗର ନିଗମର ପ୍ରଶାସକ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସିଏମସିର ନୂଆ ନିର୍ବାଚିତ ପରିଷଦ ଗଠନ ହେବା ପର୍ୟ୍ୟନ୍ତ ଶ୍ରୀ ସାମଲ ଏହି ଦାୟିତ୍ୱ ତୁଲାଇବେ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି ।