ଅମରିନ୍ଦରଙ୍କୁ ଭେଟିବାକୁ ମନା କଲେ ରାଷ୍ଟ୍ରପତି

ଅମରିନ୍ଦରଙ୍କୁ ଭେଟିବାକୁ ମନା କଲେ ରାଷ୍ଟ୍ରପତି

ଅମରିନ୍ଦରଙ୍କୁ ଭେଟିବାକୁ ମନା କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଣୀତ କୃଷି ଆଇନ ବିରୋଧରେ ଆପତ୍ତି ଜଣାଇବା ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଚାହୁଁଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂହଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଅନୁମତି ମିଳିନାହିଁ । ଅମରିନ୍ଦର ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପାଇଁ ଅନୁମତି ମାଗିଥିଲେ । ପଞ୍ଜାବ ବିଧାନସଭାରେ କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଗୃହୀତ ନିଜସ୍ୱ କୃଷି ଆଇନକୁ ଅନୁମୋଦନ କରିବା ପାଇଁ ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିବାର ଥିଲା, କିନ୍ତୁ ରାଷ୍ଟ୍ରପତି ତାଙ୍କୁ ସାକ୍ଷାତ ଦେବାକୁ ମନା କରିଦେଇଛନ୍ତି । ଏହାର ପ୍ରତିବାଦରେ ଅମରିନ୍ଦର କହିଛନ୍ତି ଯେ କେନ୍ଦ୍ରର କୃଷି ଆଇନ ବିରୋଧରେ ତାଙ୍କ ରାଜ୍ୟର କୃଷ୍ଣମାନେ ଆନେ୍ଦାଳନ ଅବ୍ୟାହତ ରଖିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ପଞ୍ଜାବକୁ ସମସ୍ତ ମାଲବାହୀ ଟ୍ରେନ ଯାତାୟତ ବାତିଲ କରିଦେଇଛନ୍ତି; ଫଳରେ ରାଜ୍ୟରେ ଜରୁରୀ ସାମଗ୍ରୀ ପହଞ୍ଚିପାରୁନାହିଁ । ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ଉଦେ୍ଧଶ୍ୟରେ ବୁଧବାର ତାଙ୍କ ଦଳର ସମସ୍ତ ବିଧାୟକ ଶୋଭାଯାତ୍ରାରେ ଆସି ରାଜଘାଟଠାରେ ପର୍ଯ୍ୟାୟକ୍ରମେ ଧାରଣା ଦେବେ ବୋଲି ଅମରିନ୍ଦର ଘୋଷଣା କରିଛନ୍ତି ।