ଅଯୋଧ୍ୟାରୁ ନିର୍ବାଚନ ଲଢ଼ିପାରନ୍ତି ଯୋଗୀ ଆଦିତ୍ୟନାଥ, ଜାଣନ୍ତୁ କାରଣ

ଅଯୋଧ୍ୟାରୁ ନିର୍ବାଚନ ଲଢ଼ିପାରନ୍ତି ଯୋଗୀ ଆଦିତ୍ୟନାଥ, ଜାଣନ୍ତୁ କାରଣ

ଅଯୋଧ୍ୟାରୁ ନିର୍ବାଚନ ଲଢ଼ିପାରନ୍ତି ଯୋଗୀ ଆଦିତ୍ୟନାଥ, ଜାଣନ୍ତୁ କାରଣ

ଅଯୋଧ୍ୟା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଭାରତୀୟ ଜନତାପାର୍ଟି ପକ୍ଷରୁ ମଧ୍ୟ ରାଜ୍ୟରେ ଘନଘନ ପ୍ରଚାର କରାଯାଉଛି। ଏହା ମଧ୍ୟରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଆକଳନ କରାଯାଉଛି। ଅଯୋଧ୍ୟାରେ ତାଙ୍କର ଗତିବିଧି ଜୋରଦାର ହୋଇଥିବା ରାଜନୈତିକ ପର୍ୟ୍ୟବେକ୍ଷକ ମତ ରଖିଛନ୍ତି। ତେବେ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବା ନେଇ ପାଟିର ଏକ ସୁଚିନ୍ତିତ ରଣନୀତି ରହିଥିବା ଆଲୋଚନା ହେଉଛି। ବିଜେପି ରାମ ମନ୍ଦିର ପ୍ରସଙ୍ଗକୁ ଗୁରୁତ୍ବ ଦେଉଥିବା ଏବଂ ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଚାଲିଥିବାରୁ ଏଠାରୁ ନିର୍ବାଚନ ଲଢ଼ିବା ବିଜେପିର ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଯୋଗୀ ଆଦିତ୍ୟନାଥ ସାଂସଦ ଭାବେ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ି ସଫଳ ହୋଇଛନ୍ତି। ଏହି ଲୋକସଭା ନିର୍ବାଚନମଣ୍ଡଳୀର କୌଣସି ଆସନରୁ ଯୋଗୀ ଆଦିତ୍ୟନାଥ ନିର୍ବାଚନ ନ ଲଢ଼ି ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ନେଇ ବିରୋଧୀ ଦଳ ସ୍ପତନ୍ତ୍ର ନଜର ରଖିଛନ୍ତି। ଏହା ମଧ୍ୟରେ ଯୋଗୀଙ୍କ ରଣନୀତିକାର ଅଯୋଧ୍ୟାରେ ଡେରା ପକାଇଛନ୍ତି। ବୁଥ୍‌ସ୍ତରରୁ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି।