ଆଇଏଏସ୍ ବିଜୟ କେତନଙ୍କୁ ଗିରଫ ଘଟଣା : ଦରମା ବାଦ୍ ୭ ବର୍ଷରେ ୭୦ ଲକ୍ଷ ଜମା

ଆଇଏଏସ୍ ବିଜୟ କେତନଙ୍କୁ ଗିରଫ ଘଟଣା : ଦରମା ବାଦ୍ ୭ ବର୍ଷରେ ୭୦ ଲକ୍ଷ ଜମା

ଆଇଏଏସ୍ ବିଜୟ କେତନଙ୍କୁ ଗିରଫ ଘଟଣା : ଦରମା ବାଦ୍ ୭ ବର୍ଷରେ ୭୦ ଲକ୍ଷ ଜମା
ଭୁବନେଶ୍ୱର - ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଆଇଏଏସ ବିଜୟ କେତନ ଗିରଫ ହେବା ପରେ ନୂଆ ତଥ୍ୟ ପଦାକୁ ଆସିଛି । ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ୭ ବର୍ଷ ମଧ୍ୟରେ ଦରମା ଅର୍ଥ ବାଦ୍ ବିଜୟ କେତନଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଛି । ଏତେ ପରିମାଣରେ ଟଙ୍କା କେଉଁଠୁ ଆସିଲା ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଭିଜିଲାନ୍ସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ୨୦୧୨ ରୁ ୨୦୧୯ ରେ ଦରମାକୁ ଛାଡ଼ି ବିଜୟ କେତନଙ୍କ ୩ଟି ବ୍ୟାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଛି । ଦିନକ ମଧ୍ୟରେ ଏକାଧିକ ଥର ଟଙ୍କା ଡିପୋଜିଟ ହୋଇଛି । ବଡ଼କଥା ହେଲା ବିଜୟ ଉଦ୍ୟାନ କୃଷି ନିଦେ୍ର୍ଧଶକ ଭାବେ କାମ କରୁଥିବା ସମୟରେ ତାଙ୍କ ଆକାଉଣ୍ଟକୁ ୨୨ ଲକ୍ଷ ଟଙ୍କା ଯାଇଛି ।