ଶୀତ ଦିନରେ ଓଠର ଯତ୍ନ

ଶୀତ ଦିନରେ ଓଠର ଯତ୍ନ

ଶୀତ ଦିନରେ ଓଠର ଯତ୍ନ
ଶୀତଋତୁରେ ଓଠ ଶୁଷ୍କ ହେବା ସହ ଫାଟିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଥାଏ । ନାମୀ ଦାମୀ କମ୍ପାନୀର ଲିପ ବାମ୍ ଲଗାଇବା ସତ୍ତ୍ୱେ କୌଣସି ଲାଭ ମିଳିନଥାଏ । ଅନ୍ୟପାଖେ ଘରୋଇ ଉପଚାର କଲେ ଓଠ ଫଟା ସମସ୍ୟା ଦୂର ହେଉଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ । ଓଠ ଫଟାରୁ ରକ୍ଷା ପାଇବା ନିମନ୍ତେ ୨-୩ ବୁନ୍ଦା ମହୁ ପ୍ରତି ୪-୫ ଘଣ୍ଟାରେ ଥରେ ଲଗାନ୍ତୁ । ଦେଶୀ ଘିଅ ଅଳ୍ପ ଲଗାଇବା ମଧ୍ୟ ଓଠ ପାଇଁ ଖୁବ ଭଲ । ଲେମ୍ବୁ ରସ ୩-୪ ବୁନ୍ଦାରେ ୧ ଚାମଚ କ୍ଷୀର ସର ମିଶାଇ କିଛି ସମୟ ଫି୍ରଜରେ ରଖିବେ । ପରେ ତାହାକୁ ତୁଳାରେ ନେଇ ଓଠରେ ଲଗାଇଲେ ଓଠ ଫଟା ସମସ୍ୟା ହୋଇନଥାଏ । ୧ ଛୋଟ ଚାମଚ ମହୁରେ ୨ ବୁନ୍ଦା ଗ୍ଲିସେରିନ ମିଶାଇ ଓଠରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ପରେ ଧୋଇନେବେ । ନଡ଼ିଆ ତେଲ ମଧ୍ୟ ଓଠରେ ଲଗାଇଲେ ଓଠ ଫଟା ସମସ୍ୟା ଦୂର ହୋଇଥାଏ । ଶୀତଦିନେ ଓଠରେ ମ୍ୟାଟ ଲିପଷ୍ଟିକ ନ ଲଗାଇବା ଉଚିତ । ଏହି ଲିପଷ୍ଟିକ କାରଣରୁ ଓଠ ଫାଟୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି