ଅଧିକ ଚିନି ବଢାଏ କର୍କଟ ରୋଗ ଆଶଙ୍କା

ଅଧିକ ଚିନି ବଢାଏ କର୍କଟ ରୋଗ ଆଶଙ୍କା

ଅଧିକ ଚିନି ବଢାଏ କର୍କଟ ରୋଗ ଆଶଙ୍କା
ଖାଦ୍ୟରେ ଅଧିକ ଚିନି ଖାଇବା ଦ୍ୱାରା କେବଳ ମଧୁମେହ କିମ୍ବା ମେଦ ବହୁଳତାର ଶିକାର ହେବାକୁ ପଡେ ନାହିଁ , ବରଂ ସ୍ତନ ଓ ଫୁସଫୁସ୍ କର୍କଟ ଆଶଙ୍କା ବଢିବା ଏକ ନୂତନ ଅଧ୍ୟୟନରୁ ପ୍ରକାଶ । ଟେକ୍ସାସ ବିଶ୍ୱବିଦ୍ୟାଳୟର ଏମଡି ଅଣ୍ଡରସନ୍ କ୍ୟାନସର ରିସର୍ଚ୍ଚ ସେଂଟର ଗବେଷକମାନେ ମୂଷାମାନଙ୍କ ଶରୀରରେ ଗବେଷଣା କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଚାରିଟି ବର୍ଗରେ ବିଭାଜିତ କିଛି ମାଈ ମୂଷାଙ୍କୁ ଚିନି ଏବଂ ଚିନି ମିଶ୍ରିତ ଖାଦ୍ୟ ଖାଇବାକୁ ଦିଆଯାଇଥିଲା । ତିରିଶ ପ୍ରତିଶତ ମୂଷାଙ୍କର ଖିର ଉତ୍ପନ୍ନକାରୀ ଗ୍ରନ୍ଥିରେ କର୍କଟାକ୍ରନ୍ତ ଛୋଟ ଆବୁ ସୃଷ୍ଟି ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା । ମିଠା ଜାତୀୟ ପାନୀୟ ମଧ୍ୟ କ୍ଷତିକାରକ । ଏହା ହୃଦରୋଗ, ପୃଥୁଳତା ଏବଂ କର୍କଟ ସୃଷ୍ଟିର କାରଣ ବୋଲି ପୂର୍ବରୁ ପରୀକ୍ଷିତ ।