ଆଇନ ଉଲ୍ଲଂଘନ କରିନି: ସଂସ୍କୃତି ମନ୍ତ୍ରୀ

ଆଇନ ଉଲ୍ଲଂଘନ କରିନି: ସଂସ୍କୃତି ମନ୍ତ୍ରୀ

ଆଇନ ଉଲ୍ଲଂଘନ କରିନି: ସଂସ୍କୃତି ମନ୍ତ୍ରୀ
ଭୁବନେଶ୍ୱର: ମୁଁ କୌଣସି ପ୍ରକାର ଆଇନ ଉଲ୍ଲଂଘନ କରିନାହିଁ । ଏହା କହିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ୨ ଜଣ ମହିଳାଙ୍କ ସହ ନିଜର ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗରେ ସେ ଏଭଳି କହିଛନ୍ତି । ଏଥିସହ ସରକାରୀ ପାଣ୍ଠିରୁ ଗୋଟିଏ ଟଙ୍କା ବି ବ୍ୟୟ କରାଯାଇନଥିବା ସେ କହିଛନ୍ତି । ପ୍ରକାଶ ଯେ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାମରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ନାୟକ ଏକ ସଂଗୀନ ଅଭିଯୋଗ ଆଣିଥିଲେ । ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାୟୀ ରୋଡ ସୋ’ ପାଇଁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସରକାରୀ ଅର୍ଥରେ ହାଇଦ୍ରାବାଦ ଯାଇଥିଲେ । ତେବେ ମନ୍ତ୍ରୀ ସାଥିରେ ୨ ଜଣ ମହିଳାଙ୍କୁ ନେଇଥିଲେ । ସମ୍ପୃକ୍ତ ୨ ଜଣ ମହିଳାଙ୍କ ବିମାନ ଓ ହୋଟେଲ ବାବଦକୁ ଖର୍ଚ୍ଚ ମନ୍ତ୍ରୀ ଶ୍ରୀ ସାହୁ ସରକାରୀ ଅର୍ଥରେ ଖର୍ଚ୍ଚ କରିଛନ୍ତି । ମନ୍ତ୍ରୀଙ୍କ ସହ ଯାଇଥିବା ସେହି ୨ ମହିଳା କିଏ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ବନ୍ଧୁଙ୍କ ପାଇଁ କିଭଳି ସରକାରୀ ଅର୍ଥ ଖର୍ଚ୍ଚ କଲେ ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଥିଲେ । ତେବେ ଗୁରୁବାର ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇଇଥିଲା । ଆଜି ବିଧାୟକ ପ୍ରଦୀପ୍ତ ନାଏକ, ତାରା ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ ଉଠାଇଥିଲେ । ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିବା ୨ ମହିଳା କିଏ ବୋଲି ସମ୍ପୃକ୍ତ ୩ ନେତା ପ୍ରଶ୍ନ କରିଥିଲେ । ସରକାରୀ ଅର୍ଥରେ ଯାଇଥିଲେ କି ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ଖାଲି ସେତିକି ନୁହେଁ ତୁରନ୍ତ ବାଚସ୍ପତି ରୁଲିଂ ଦେବା ସହ ମନ୍ତ୍ରୀଙ୍କ ସ୍ପଷ୍ଟିକରଣ ମଧ୍ୟ ଦାବି କରିଥିଲେ । ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ବିରୋଧୀ ଦଳର ସଦସ୍ୟମାନେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ନାରାବାଜି କରିଥିଲେ ।