ଆଇପିଏଲ ବାତିଲ ହେବା ପରେ ବିସିସିଆଇ ପାଖାପାଖି ୨,୫୦୦ କୋଟି ଟଙ୍କାର କ୍ଷତି ସହିବ

ଆଇପିଏଲ ବାତିଲ ହେବା ପରେ ବିସିସିଆଇ ପାଖାପାଖି ୨,୫୦୦ କୋଟି ଟଙ୍କାର କ୍ଷତି ସହିବ

ଆଇପିଏଲ ବାତିଲ ହେବା ପରେ ବିସିସିଆଇ ପାଖାପାଖି ୨,୫୦୦ କୋଟି ଟଙ୍କାର କ୍ଷତି ସହିବ
ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ଅଧାରୁ ବାତିଲ ହେବା ପରେ ବିସିସିଆଇ ପାଖାପାଖି ୨,୫୦୦ କୋଟି ଟଙ୍କାର କ୍ଷତି ସହିବ । ଏହି ଅର୍ଥ ଭାରତୀୟ କି୍ରକେଟ ନିୟନ୍ତ୍ରଣ ବୋର୍ଡ ପ୍ରସାରଣକାରୀ ସଂସ୍ଥା ଓ ପ୍ରାୟୋଜନଙ୍କ ଠାରୁ ଆୟ କରିଥାନ୍ତା । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଚଳିତ ବର୍ଷ ଆଇପିଏଲ ଅଧାରୁ ଅଟକିବା ପରେ ବିସିସିଆଇକୁ ୨୦୦୦ ରୁ ୨୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ । ମୁଣ୍ଡାମୁଣ୍ଡି ହିସାବ କଲେ କ୍ଷତି ୨୨୦୦ କୋଟି ଟଙ୍କାରୁ କମ୍ ହେବନି । ଏଥର ଆଇପିଏଲ ୫୨ ଦିନ ଧରି ଖେଳାଯିବାର ଥିବା ବେଳେ ୬୦ ମ୍ୟାଚ ଆୟୋଜିତ ହେବାର ଥିଲା । ସେହିଭଳି ଲିଗ ଚଳିତ ମାସ ୩୦ ତାରିଖରେ ଶେଷ ହୋଇଥାନ୍ତା ।