ଆଇପ୍ୟାଡରେ ହେବ ଓଡିଶା ବଜେଟ ଉପସ୍ଥାପନ ।

ଆଇପ୍ୟାଡରେ ହେବ ଓଡିଶା ବଜେଟ ଉପସ୍ଥାପନ ।

ଆଇପ୍ୟାଡରେ ହେବ ଓଡିଶା ବଜେଟ ଉପସ୍ଥାପନ ।
ଆଇପ୍ୟାଡରେ ହେବ ଓଡିଶା ବଜେଟ ଉପସ୍ଥାପନ । ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନା ବିନା କାଗଜପତ୍ରରେ ହେବ । ବିଧାନସଭାରେ ଆଇପ୍ୟାଡ ମାଧ୍ୟମରେ ବଜେଟକୁ ଉପସ୍ଥାପନା କରାଯିବ । ଏଥରର ବଜେଟକୁ ପେପରଲେସ କରିବା ପାଇଁ ଇ-ବର୍ଟ ଉପସ୍ଥାପନା କରାଯିବ । ତେବେ ଗୃହରେ କାଗଜ ବଦଳରେ ଏଥର ସବୁ ବିଧାୟକଙ୍କୁ ଆଇପ୍ୟାଡ ଯୋଗାଇ ଦିଆଯିବ । ଆଇପ୍ୟାଡ ମାଧ୍ୟମରେ ବିଧାୟକମାନେ ବଜେଟର ସମ୍ପୂର୍ଣ୍ଣ ବିବରଣୀ ଜାଣି ପାରିବେ । ତେବେ ସାଧାରଣ ଲୋଲେ ପୂର୍ବରୁ ଗଣମାଧ୍ୟମରେ ସିଧାପ୍ରସାରଣ ଦେଖି ଓଡିଶା ବଜେଟ ବାବଦରେ ଜାଣି ପାରୁଥିବା ବେଳେ ଏଥର ପେପର ଲେସ ହୋଇଥିବାରୁ ସ୍ୱତନ୍ତ୍ର ଆପ ମାଧ୍ୟମରେ ସାଧାରଣ ଲୋକେ ବଜେଟ ବାବଦରେ ଜାଣିପାରିବେ । ସେପଟେ ବଜେଟ ପାଇଁ ପ୍ରତି ଥର ଖର୍ଚ୍ଚ ହେଉଥିବା ୭୫ ଲକ୍ଷ କାଗଜ ଏଥର ଛପା ହେବନି । ଯାହା ଫଳରେ ୧୦୦୦ ବଡ ବଡ ଗଛ ବଞ୍ଚିଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଲେଖିଛନ୍ତି । ଆଉ କିଛି ସମୟ ପରେ ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନା କରିବେ ବଜେଟ ।