ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୦୪କୁ ବୃଦ୍ଧି

ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୦୪କୁ ବୃଦ୍ଧି

ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୦୪କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସମ୍ବଲପୁର, ନବରଙ୍ଗପୁର, କଟକ ଓ ଭୁବନେଶ୍ବରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃ୍ତ୍ୟୁ ହୋଇଥିବାବେଳେ ଭଦ୍ରକ, ବରଗଡ ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଓ ରାଉରକେଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା ୧୧୦୪କୁ ବୃଦ୍ଧି ହୋଇଛି । ଭୁବନେଶ୍ବରର ଦୁଇ ମୃତକଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ୬୦ ବର୍ଷୀୟ ପୁରୁଷ ରହିଥିବାବେଳେ କଟକରୁ ଜଣେ ୪୭ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୩୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁରୁରୁ ଦୁଇ ମୃତକଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ନବରଙ୍ଗପୁରରୁ ଜଣେ ୪୬ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ୭୦ ବର୍ଷୀୟ ପୁରୁଷ । ସେହିପରି ରାଉରକେଲାରୁ ୪୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ ୭୪ ବର୍ଷୀୟ ପୁରୁଷ, କେନ୍ଦ୍ରାପଡାରୁ ୧୮ ବର୍ଷୀୟ ବାଳକ, ଝାରସୁଗୁଡାରୁ ୬୨ ବର୍ଷୀୟ ପୁରୁଷ, ଜଗତସିଂହପୁରରୁ ୬୦ ବର୍ଷୀୟ ପୁରୁଷ ଓ ଭଦ୍ରକରୁ ୫୬ ବର୍ଷୀୟ ପୁରୁଷ ଆକ୍ରାନ୍ତ ଓ ବରଗଡରୁ ୬୩ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।