ଆକାଶ ଛୁଆଁ ଦରଦାମ୍ , ପରିବା କିଣିବାକୁ ଲାଗିଲାଣି ଡର

ଆକାଶ ଛୁଆଁ ଦରଦାମ୍ , ପରିବା କିଣିବାକୁ ଲାଗିଲାଣି ଡର

ଆକାଶ ଛୁଆଁ ଦରଦାମ୍ ,  ପରିବା କିଣିବାକୁ ଲାଗିଲାଣି ଡର । ଆଳୁ, ପିଆଜ, ଟମାଟୋ, ଭେଣ୍ଡି, ବାଇଗଣ, କଲରା  ସବୁର ଦାମ୍ ଆକାଶ ଛୁଆଁ । ଗତ କିଛିଦିନ ହେବ ବଜାରରେ ପନିପରିବାଦର ବଢିଚାଲିଛି । ଗରିବ ଖଟିଖିଆ ଆଉ ମଧ୍ୟବିତ ପରିବାରର ହାଣ୍ଡି ଶାଳକୁ ଏ ଚଢା ଦର ଭାରି ବାଧୂଛି । ପକେଟରେ ଟଙ୍କା 500, ପରିବା ବ୍ୟାଗରେ ଆଖିକୁ ଦିଶୁନି । କିନ୍ତୁ ପିଆଜଦର କଥାତ ନ କହିବା ଭଲ । ପିଆଜ କାଟିଲେ ନୁହେଁ ବରଂ  ପିଆଜ ଦର କନ୍ଧାଉଛି  ।ଲଗାତର 6 ମାସ ହେବ ପିଆଜ ଦର ସେହିଭଳି ସ୍ତଗିତ ରହିଛି । ଖାଲି ସେତିକି ନୁହେଁ ଆଇସିଆଇସିଆଇର ଏକ ରିପୋର୍ଟ ଅନୁଯାୟୀ, ପିଆଜ ଦରରେ ତୁରନ୍ତ ଆଶ୍ୱସ୍ତି ମିଳିବାର କୌଣସି ଆଶାନାହିଁ । ଯଦି ନଭେମ୍ବର ମାସରେ ପରିବାଦର କିଛି ମାତ୍ରାରେ ହ୍ରାସପାଇଛି କିନ୍ତୁ ଏହା ଆଶ୍ବସ୍ତି ଜନକ ନୁହେଁ । କିନ୍ତୁ ପିଆଜ ଦର ଆକାଶ ଛୁଆଁ, ଯେମିତି ଥିଲା ସେମିତି ସ୍ଥିର ରହିଛି ।   ଅଗଷ୍ଟ ଓ ସେପ୍ଟେମ୍ବରରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଣ ବାଧା ପ୍ରାପ୍ତ ହେବା ସହ ବଜାରକୁ ପନିପରିବା ଆସିବା  ୨୮ ପ୍ରତିଶତ ହ୍ରାସ ପାଇଥିଲା । ଏହି କାରଣରୁ ଦର ବଢିଥିବାର କୁହାଯାଉଛି। ଖାଲି ଓଡ଼ିଶା ନୁହେଁ,ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ପିଆଜ କିଲୋ ପିଛା ସତୁରୀ ଟଙ୍କା ଟପିଯାଇଛି । ଏହା ଫଳରେ ଖାଉଟି ପ୍ରଭାବିତ ହୋଇଛନ୍ତି,ଯାହାକୁ ଅଣଦେଖା ବି କରିହେବନି  । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।