ଆଖି ବୁଜିଲେ ୩ ନବଜାତ ଶିଶୁପୁତ୍ର

ଆଖି ବୁଜିଲେ ୩ ନବଜାତ ଶିଶୁପୁତ୍ର

ଆଖି ବୁଜିଲେ ୩ ନବଜାତ ଶିଶୁପୁତ୍ର
ଭଦ୍ରକ:ଟ୍ରେନରେ ଜନ୍ମ ହୋଇଥିବା ୩ ଶିଶୁପୁତ୍ରର ମୃତୁ୍ୟ ଘଟିଛି । ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରାଯାଇଛି । ୩ ଅସୁସ୍ଥ ନବଜାତ ଶିଶୁଙ୍କୁ ଜିଆରପି ଭଦ୍ରକ ମେଡିକାଲରେ ଭର୍ତି କରିଥିଲେ । ଆସାମର ଜଣେ ମହିଳା ଭଦ୍ରକ ଷ୍ଟେସନରେ ପ୍ରସବ କରିଥିଲେ । ମହିଳା ଜଣକ ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସରେ ଆସୁଥିଲେ । ଏବେ ଭଦ୍ରକ ମେଡିକାଲରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଅସୁରକ୍ଷିତ ପ୍ରସବ ଯୋଗୁଁ ୩ ନବଜାତ ଶିଶୁଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି ।