ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନପାଇଁ ମତଦାନ ଜାରି

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନପାଇଁ ମତଦାନ ଜାରି

ଆଜି ତୃତୀୟ ପର୍ଯ୍ୟାୟ  ନିର୍ବାଚନପାଇଁ  ମତଦାନ ଜାରି
ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୩ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ୧୧୬ଟି ଆସନ ପାଇଁ ମତଦାନ । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି ସୁରକ୍ଷା କର୍ମୀ । ଓଡ଼ିଶାର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ବରର ଲୋକସଭା ନିର୍ବାଚନମଣ୍ଡଳୀ ଭୋଟଗ୍ରହଣ ଜାରି ରହିଛି । ଏଥିସହ ୪୨ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ । ରାଜ୍ୟର ୧୦ ହଜାର ୪୬୪ଟି ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୬ ଟି ଲୋକସଭା ଆସନ ପାଇଁ ୬୧ ପ୍ରାର୍ଥୀ ଓ ୪୨ ବିଧାନସଭା ଆସନ ପାଇଁ ୩୫୬ ପ୍ରାର୍ଥୀ ମୈଦାନରେ ଅଛନ୍ତି । ୪୨ ଟିରୁ ୩୫ ବିଧାନସଭା ଆସନରେ ସକାଳ ୭ ଟାରୁ ସଂଧ୍ୟା ୬ଟା ଯାଏଁ ମତଦାନ ଚାଲିବ । ସୁରକ୍ଷା ଦୃଷ୍ଟିରୁ ମାଓ ଅଧ୍ୟୁଷିତ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳର ୭ ଟି ବିଧାନସଭା ଆସନରେ ସକାଳ ୭ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ । ୨୯୯ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।