ଆଜି ରାଜ୍ୟରୁ ୧୭୯୩ ନୂତନ ଆକ୍ରାନ୍ତ : ଚିହ୍ନଟ ଖୋର୍ଦ୍ଧାରୁ ସର୍ବାଧିକ ୨୦୮
ଆଜି ରାଜ୍ୟରୁ ୧୭୯୩ ନୂତନ ଆକ୍ରାନ୍ତ : ଚିହ୍ନଟ ଖୋର୍ଦ୍ଧାରୁ ସର୍ବାଧିକ ୨୦୮
admin
Oct 23, 2020 - 06:33
Updated: Oct 23, 2020 - 06:33
ଭୁବନେଶ୍ୱର : ଆଜି ରାଜ୍ୟରୁ ୧୭୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୨ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ଜିଲ୍ଳା ମାନଙ୍କ ମଧ୍ୟରେ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୪୦, ବରଗଡରୁ ୬୧, ଭଦ୍ରକରୁ ୬୮, ବଲାଙ୍ଗୀରରୁ ୭୬, ବୌଦ୍ଧରୁ ୪, କଟକରୁ ୧୬୦, ଦେବଗଡରୁ ୮, ଢେଙ୍କାନାଳରୁ ୨୨, ଗଜପତିରୁ ୧୧, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୫୨, ଯାଜପୁରରୁ ୭୬, ଝାରସୁଗୁଡାରୁ ୫୩, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୬୧, କେନ୍ଦୁଝରରୁ ୬୩, କୋରାପୁଟରୁ ୩୪, ମାଲକାନଗିରିରୁ ୩୪, ମୟୁରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୫, ନୟାଗଡରୁ ୩୪, ନୂଆପଡାରୁ ୮୪, ପୁରୀରୁ ୮୨, ରାଗଡାରୁ ୧୪, ସମ୍ବଲପୁରରୁ ୪୦, ସୋନପୁରରୁ ୮, ସୁନ୍ଦରଗଡରୁ ୯୯ ଏବଂ ଷ୍ଟେଟ ପୁଲରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୮୮୭ରେ ପହଞ୍ଚିଛି । ଏହା ମଧ୍ୟରୁ ୨ ଲକ୍ଷ ୫୭ ହଜାର ୪୧ଜଣ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୫୭୯ରେ ପହଞ୍ଚିଛି ।