ଆଜି ରାଜ୍ୟସଭା ଲାଗି ନାମାଙ୍କନ ଦାଖଲ

ଆଜି ରାଜ୍ୟସଭା ଲାଗି ନାମାଙ୍କନ ଦାଖଲ

ଆଜି ରାଜ୍ୟସଭା ଲାଗି ନାମାଙ୍କନ ଦାଖଲ

 ଭୁବନେଶ୍ୱର: ବିଜେଡିର ୪ ପ୍ରାର୍ଥୀ ଆଜି ରାଜ୍ୟସଭା ଲାଗି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।  ୪ ପ୍ରାର୍ଥୀ ଗତକାଲି ବିଧାନସଭା ଲିଗାଲ୍ ସେଲ୍ ପରିସରରେ ନିଜର ନାମାଙ୍କନ ସଂକ୍ରାନ୍ତ ଦସ୍ତାବିଜ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଜେଡି ଇତିହାସରେ ପ୍ରଥମଥର ପାଇଁ ରାଜ୍ୟସଭା ନିର୍ବାଚନ ନାମାଙ୍କନ ସମୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବେ। ତାଙ୍କ ପରିବର୍ତ୍ତେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିବେ ବୋଲି ଜଣାପଡ଼ିିଛି।

ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ୩ଟି ଆସନ ପାଇଁ ଆସନ୍ତାକାଲି ମେ’ ୩୧ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷଦିନ ରହିଥିବାବେଳେ ଅନ୍ୟ ଗୋଟିଏ ଆସନ ପାଇଁ ଜୁନ୍ ୩ରେ ଶେଷ ତାରିଖ ଅଛି । ବିଜେଡିର ସମସ୍ତ ୪ ପ୍ରାର୍ଥୀ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ପ୍ରାର୍ଥୀ ସୁଲତା ଦେଓ, ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି ଆଜି ମଧ୍ୟାହ୍ନରେ ବିଧାନସଭାକୁ ଆସି ଲିଗାଲ୍ ସେଲରେ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତି ସହ ନାମାଙ୍କନ ପତ୍ର ଦାଖଲର ଡୋମୋ କାର୍ୟ୍ୟ ସାରିଛନ୍ତି । ଆସନ୍ତାକାଲି ବିଧିବଦ୍ଧ ଭାବେ ଦଳୀୟ ବିଧାୟକ(ପ୍ରସ୍ତାବକ)ମାନଙ୍କ ସହ ଆସି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ । ଦିନ ୧୧ଟାରୁ ୧୨ଟା ମଧ୍ୟରେ ବିଜେଡିର ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର କରିବାର କାର୍ୟ୍ୟକ୍ରମ ଥିବାବେଳେ ପ୍ରତ୍ୟେକ ପ୍ରାର୍ଥୀ ୩ସେଟ୍ ଲେଖାଏ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । ସମର୍ଥକ ରହିଥିବା ବିଧାୟକମାନଙ୍କୁ ବିଧାନସଭାରେ ଉପସ୍ଥିତ ଦିନ ୧୦ଟା ସୁଦ୍ଧା ଉପସ୍ଥିତ ହେବାକୁ କୁହାଯାଇଛି।