ଆଜିର ରାଶିଫଳ ୮ ଜାନୁଆରୀ ୨୦୨୦(ବୁଧବାର)
ଆଜିର ରାଶିଫଳ ୮ ଜାନୁଆରୀ ୨୦୨୦(ବୁଧବାର)
admin
Jan 7, 2020 - 23:43
Updated: Jan 7, 2020 - 23:43
ମେଷ - ଧନାଗମ ହେବାର ସୂଚନା ମିଳୁଛି। ପାରିବାରିକ ସୁଖ-ଶାନ୍ତି ଅତୁଟ ରହିବ। ଖର୍ଚ୍ଚାନ୍ତ ହେବେ। ମନ ପ୍ରସନ୍ନ ରହିବ। ଆଳସ୍ୟ ପରାୟଣ ହୋଇପାରନ୍ତି। ଯେଉଁ କାର୍ୟ୍ୟରେ ହାତ ଦିଅନ୍ତୁ ନା କାହିଁକି ନିଶ୍ଚିତ କୃତକାର୍ୟ୍ୟ ହେବେ।
ବୃଷ - ଆୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ସ୍ୱାଧୀନ ଚିନ୍ତାଧାରା ନେଇ କାର୍ୟ୍ୟ କରିବେ। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ।
ମିଥୁନ - ଯାନବାହନ ସୁଖ ମିଳିପାରେ। ପରକୁ ଆପଣାର କରିପାରନ୍ତି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। କାର୍ୟ୍ୟକ୍ଷେତ୍ରରେ ସମସ୍ୟା ଉପୁଜି ପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି।
କର୍କଟ - ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ। ଚଞ୍ଚଳ ପ୍ରକୃତିର ହେବେ। କରିତ୍କର୍ମା ହେବେ। ଲୋକପ୍ରିୟ ହେବେ। ରୋଜଗାର ଆଶାନୁରୂପ ହେବ। ବ୍ୟବସାୟ ଲାଭଜନକ ହେବ। କାର୍ୟ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ।
ସିଂହ - ସରକାରୀ କୃପାଲାଭ କରିବେ। ସତ୍ତ୍ୱ ପ୍ରାପ୍ତିରେ ସନ୍ତୁଷ୍ଟ ହେବେ। ପରିଶ୍ରମ ଅଧିକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତି କାର୍ୟ୍ୟ ସହଜ ସୁଲଭ ହେବ। ଦୟାର୍ଦଚିତ୍ତଯୁକ୍ତ ହୋଇପାରନ୍ତି। ଧୈର୍ୟ୍ୟବାନ୍ ହେବେ।
କନ୍ୟା - ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। କୃଷିକର୍ମ ଲାଭଦାୟକ ହେବ। ବିଳାସ-ବ୍ୟସନ କରିପାରନ୍ତି। ଜନସମର୍ଥନ ମିଳିବ। ପରୋପକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି।
ତୁଳା - ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିପାରେ। ଭଚ୍ଚସ୍ଥାନ ଆରୋହଣ ନ କରିବା ଭଲ। ଶୁଭ କାର୍ୟ୍ୟରେ ଖର୍ଚ୍ଚ ପରିମାଣକୁ ବଢ଼ାଇ ପାରନ୍ତି। ସ୍ୱାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ।
ବିଛା - ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ଦୁର୍ମୂଲ୍ୟ ଧାତୁ ଦ୍ରବ୍ୟ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ। ଉଚ୍ଚସ୍ଥାନ ଆରୋହଣ ନ କରିବା ଭଲ। ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି।
ଧନୁ - ଚାକିରି କ୍ଷେତ୍ରରେ ଉଚ୍ଚ ପଦରେ ଆସୀନ ହୋଇପାରନ୍ତି। ପରଧନରେ ଧନୀ ହେବେ। ଯୁବତୀ ମନୋରଞ୍ଜକ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରଶଂସିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ।
ମକର - ପାରିବାରିକ ସୁଖଶାନ୍ତି ମିଳିବ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇ ଆର୍ଥିକ ଅଭିବୃଦ୍ଧି ଘଟିବ। ଆଲୋଚନା ମାଧ୍ୟମରେ କାର୍ୟ୍ୟ କଲେ ସଫଳତାର ଶୀର୍ଷକୁ ଉଠିପାରନ୍ତି। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ।
କୁମ୍ଭ - ଦୈନନ୍ଦିନ କାର୍ୟ୍ୟ ସହ ଅଧ୍ୟୟନରତ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ନୀତିନିଷ୍ଠ ହେବେ। ଚିନ୍ତାଧାରା ମହତ ହେବ। ଆଶା ଫଳବତୀ ହେବେ। କ୍ରୋଧ ସମ୍ବରଣ କରି କାର୍ୟ୍ୟ ହାସଲ କରିପାରନ୍ତି। ଶୁଭ କର୍ମରେ ଉତ୍ସାହ ବୃଦ୍ଧି ପାଇବ।
ମୀନ - ଯଶ ଅର୍ଜନ କରିପାରନ୍ତି। ମିତ୍ରତା ସୁଦୃଢ଼ ହେବ। ଅଧସ୍ତନ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ସୁଖୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିବାଦରେ ବିଜୟୀ ହେବେ। ନିର୍ବାଚନରେ ବିଜୟୀ ହେବେ।